ରାଜ୍ୟ

ଡେପୁଟି କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଡେପୁଟି କମିଶନରଙ୍କ ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଚଢ଼ାଉ ବେଳେ ଘରୁ ବାହାରୁଛି ପୁଳାପୁଳା ସୁନା ସହ ବିଡ଼ା ବିଡ଼ା ଟଙ୍କା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍‌ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button