ରାଜ୍ୟ
ଅଗ୍ନିକାଣ୍ଡରେ ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ପାରାଦ୍ଵୀପ: ଦୋଛକି ନିକଟରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ଟି ଦୋକାନ ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ଗାଡ଼ି ସମ୍ପୂର୍ଣ ଜଳି ପୋଡ଼ି ନଷ୍ଟ ହେଇ ଯାଇଛି। ସେଠାରେ ଥିବା ଏକ ଗ୍ୟାରେଜରୁ ପ୍ରଥମେ ନିଆଁ ଲାଗିଥିବା ବେଳେ ଗ୍ୟାରେଜରେ ଥିବା ପୋଡ଼ା ମୋବିଲ ତେଲରେ ନିଆଁ ଲାଗିଯାଇଥିଲା। ଫଳରେ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡିଥିଲା। ସେଠାରେ ଥିବା ବ୍ୟବସାୟୀ ମାନେ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା। ଯାହା ଫଳରେ ନିଆଁ ନିକଟରେ ଥିବା ଅନ୍ୟ ଦୋକାନ ଘର ଓ ଏକ କେବିନ୍ କୁ ନିଆଁ ଲାଗି ଯାଇଥିଲା। କୁଜଙ୍ଗ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଥିଲା। ତେବେ ଗ୍ୟାରେଜ ରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ନିଆଁ ଲିଭାଇବାକୁ ଯାଇ ଦୁଇଜଣ ବ୍ୟବସାୟୀ ସାମାନ୍ୟ ଆହାତ ହୋଇଛନ୍ତି।




