ରାଜ୍ୟ

ପାହାଡର ପାଦଦେଶରେ ବିଦ୍ୟମାନ ବାବା ଗୁପ୍ତେଶ୍ବରଙ୍କ ପୀଠ, ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼

ପ୍ରାକୃତିକ ବୈଭବ ଓ ଐତିହରେ ଭରପୁର ବୌଦ୍ଧ ଜିଲ୍ଲା । ଜିଲ୍ଲାରେ ରହିଛି ଅନେକ କିମ୍ବଦନ୍ତୀ ଓ ପୁରାଣ କଥା ବହନ କରୁଥିବା ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ । ସେଥି ମଧରୁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା କଣ୍ଟାମାଳ ବ୍ଳକ୍ ଉମା ପଞ୍ଚାୟତ ଅନ୍ତର୍ଗତ ରେଘମୁଣ୍ଡା ସ୍ଥିତ ଦେଢ଼ସୁର ଭାଈବୋହୁ ଭୀମ ପାହାଡ ଅନ୍ୟତମ । ପ୍ରାୟ ଦୁଇ ଶହ ଫୁଟ୍ ଉଚ୍ଚତାରେ ରହିଚି ଦୁଇଟି ପଥର । ଶ୍ରାବଣ ମାସରେ ଏଠାରେ ଥିବା ଗୁପ୍ତେଶ୍ୱର ବାବାଙ୍କ ଶୈବପୀଠ ଦର୍ଶନ କରିବା ସହ ପାହାଡ ଚଢ଼ିବାର ମଜା ନେଇଛନ୍ତି ଭକ୍ତ ଓ ପର୍ଯ୍ୟଟକ । ପାହାଡ଼ର ପାଦଦେଶ ତଳେ ପୂଜା ପାଉଛନ୍ତି ଦେବ ଦେବ ମହାଦେବ ଗୁପ୍ତେଶ୍ୱର ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ଉମା ପଞ୍ଚାୟତର ରେଘମୁଣ୍ଡା ସ୍ଥିତ ଭୀମ ପାହାଡର ପାଦଦେଶରେ ବିଦ୍ୟମାନ ବାବା ଗୁପ୍ତେଶ୍ବରଙ୍କ ପୀଠ । କିମ୍ବଦନ୍ତୀ ଅନୁସାରେ ପଞ୍ଚୁ ପାଣ୍ଡବ ଅଜ୍ଞାତବାସରେ ଥିବା ବେଳେ ଗୁପ୍ତରେ ଏଠାରେ ଶିବ ଉପାସନା କରୁଥିଲେ । ସେଇଥିପାଇଁ ବାବାଙ୍କ ନାମ ଗୁପ୍ତେଶ୍ବର । ଏହି ସ୍ଥାନରେ ପଞ୍ଚୁ ପାଣ୍ଡବ ରହୁଥିବାର ଅନେକ ଛାପ ଏବେ ମଧ୍ୟ ରହିଛି । ବର୍ଷର ବିଭିନ୍ନ ସମୟରେ ଗୁପ୍ତେଶ୍ବର ପୀଠରେ ଭକ୍ତଙ୍କ ସମାଗାମ ହୋଇଥାଏ । ପ୍ରଭୁଙ୍କ ସବୁଠାରୁ ବଡ଼ ଉତ୍ସବ ମହାଶିବରାତ୍ରୀ । ଶ୍ରାବଣ ମାସର ପ୍ରତିି ସୋମବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଦୂର ଦୂରଦୂରାନ୍ତରରୁ ମାନସିକ ପୂରଣ ପାଇଁ ଆସନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । ମହାଦେବଙ୍କୁ ପୂଜା କଲେ ପୁଣ୍ୟଫଳ ମିଳିଥାଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ୪୧ ନମ୍ବର ରାଜ୍ୟ ସଡ଼କ ପଥରେ କଣ୍ଟାମାଳ- ବାଲିଗୁଡା ରାସ୍ତାର ଆମ୍ବଗାଁ ଛକରୁ ଆଠ କିଲୋମିଟର ପୂର୍ବ ଦିଗକୁ ଗଲେ ପଡେ ଗୁପ୍ତେଶ୍ବର ପୀଠ । ଦେଢଶୁର ଭାଇବୋହୁ ପାହାଡ଼ ତଳେ ରହିଛି ଗୁପ୍ତେଶ୍ୱର ମହାଦେବଙ୍କ ମନ୍ଦିର । ବର୍ଷର ବିଭିନ୍ନ ସମୟରେ ଭକ୍ତଙ୍କ ସମାଗାମ ହୋଇଥାଏ । ଅନ୍ୟ ସମୟ ଅପେକ୍ଷା ଶ୍ରାବଣ ମାସରେ ଏହି ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହରର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଗୋଟିଏ ପଟେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ, ପାହାଡ଼ ଚଢିବାର ମଜା ନେବା ସହିତ ବାବା ଗୁପ୍ତେଶ୍ୱରଙ୍କ ନିକଟର ଜଳଲାଗି ସହ ଦର୍ଶନ କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ । ଦୁଇ ଶହ ଫୁଟ୍ ଉଚ୍ଚତାରେ ଥିବା ପାହାଡ ଉପରକୁ ଯିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଯିବାକୁ ପଡ଼ିଥାଏ । ହେଲେ ଏଠାରେ ମହାଦେବଙ୍କ କୃପାରୁ କେବେ ବି କୌଣସି ଅଘଟଣ ଘଟି ନ ଥାଏ । ପ୍ରାକୃତିକ ଶୋଭାଜିତ ବିମଣ୍ଡିତ ଏହି ସ୍ଥାନକୁ ଯିଏ ବି ଯିବ ମହାଦେବଙ୍କ ଦର୍ଶନ କରିବା ସହ ଏହାର ସୋନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button