ପୂଜାରେ ନଡ଼ିଆ ଖରାପ ବାହାରିବାର ଅର୍ଥ କଣ ହୋଇଥାଏ ? ଶୁଭ ନା ଅଶୁଭ ?

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ପୂଜା ପାଠ କରିବା ପାଇଁ ବହୁତ ଗୁଡିଏ ନୀତି ନିୟମ ରହିଛି । ଆପଣମାନେ ଠାକୁର ପୂଜା କରିବା ସମୟରେ ନଡିଆ ନିଶ୍ଚିତ ଭାବରେ ଭୋଗ ଲଗାଉଥିବେ । ତେବେ ଆଜି ଆମେ ନଡିଆ ବିଷୟରେ କିଛି ବିଶେଷ କଥା ଆପଣ ମାନଙ୍କୁ କହିବାକୁ ଯାଉଛୁ । ସାଧାରଣତଃ ଆମେ ନଡିଆକୁ ଖାଇବା ପାଇଁ ଓ ପୂଜା ପାଇଁ ବ୍ୟବହାର କରୁ । କେବଳ ଏତିକି ନୁହେଁ ଯେ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ନଡିଆ ବ୍ୟବହାର କରା ଯାଇଥାଏ ।
କାହିଁକି ନା ନଡିଆ ପ୍ରୟୋଗ ଦ୍ଵାରା ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଶାସ୍ତ୍ରରେ ନଡିଆକୁ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ବୋଲି କୁହା ଯାଇଛି । ଓ ଏହା ସହ ଶାସ୍ତ୍ରରେ ଏହା ମଧ୍ୟ ଲେଖା ହୋଇଛି ଯେ ପୂଜାରେ ନଡିଆ ବ୍ୟବହାର ନ ହେଲେ ପୂଜା ଅଧା ହୋଇଥାଏ । ତେଣୁ ପ୍ରତ୍ଯେକ ପୂଜାରେ ନଡିଆର ବ୍ୟବହାର ହୋଇଥାଏ । ପୂଜା କରିବା ସମୟରେ ବେଳେ ବେଳେ ନଡିଆ ଶୁଖିଲା ପଚା ଓ ଖରାପ ବାହାରିଥାଏ ।
ତେବେ ଏହାକୁ ନେଇ ଆମ ମନରେ ବିଭିନ୍ନ ପ୍ରକାରର ଆଶଙ୍କା ରହିଥାଏ । ଯେ ଏହା ଶୁଭ ସଙ୍କେତ ନା ଅଶୁଭ ସଙ୍କେତ ଅଟେ । ତେବେ ଆଜି ଆମେ ଜାଣିବା କି ଠାକୁରଙ୍କ ପୂଜାରେ ନଡିଆ ପଚା ବା ଖରାପ ବାହାରିବା ର ଅର୍ଥ କଣ ହୋଇଥାଏ । ଏହା ଶୁଭ ହୋଇଥାଏ ନା ଅଶୁଭ ହୋଇଥାଏ ।
ବନ୍ଧୁଗଣ ଏମିତି କେହି ଦୁନିଆରେ ନାହିଁ ଯିଏ ନଡିଆକୁ ଉପରୁ ଦେଖି କହି ପାରିବ କି ନଡିଆ ଭଲ ଅଟେ ନା ଖରାପ । କିଛି ଥର ପୂଜା ହୋଇଥିବା ନଡିଆ ଖରାପ ବାହାରିଥାଏ । ଏହି ଖରାପ ନଡିଆ ଦେଖି ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସିଥାଏ । କେତେକ ଲୋକ ଏହାକୁ ଅଶୁଭ ସଙ୍କେତ କହିଥାନ୍ତି । ଲୋକମାନଙ୍କ କହିବା ଅନୁସାରେ ଖରାପ ନଡିଆ ଠାକୁରଙ୍କ ତରଫରୁ ଗୋଟିଏ ଅଶୁଭ ସଙ୍କେତ ହୋଇଥାଏ । କିନ୍ତୁ ବାସ୍ତବରେ ପୂଜାରେ ବାହାରିଥିବା ଖରାପ ନଡିଆ ବହୁତ ଶୁଭ ହୋଇଥାଏ ।
ଯଦି ପୂଜା କରିଥିବା ନଡିଆ ଖରାପ ବାହାରେ ତେବେ ଆପଣ ଭାବି ନିଅନ୍ତୁ କି ଆପଣଙ୍କ ଜୀବନରେ କିଛି ଭଲ ଘଟିବାକୁ ଯାଉଛି । ହିନ୍ଦୁ ଧର୍ମ ଅନୁଯାୟୀ ପୂଜା ସମୟରେ ବାହାରିଥିବା ନଡିଆ ଯଦି ଖରାପ ହୋଇଥାଏ ତେବେ ଏହାର ଅର୍ଥ ଆପଣଙ୍କ ଭୋଗ ଭଗବାନ ଗ୍ରହଣ କରିଛନ୍ତି । ସେଥିପାଇଁ ଆପଣଙ୍କ ନଡିଆ ଖରାପ ବାହାରିଛି ଭାବି ଏହି କଥା ପାଇଁ ଚିନ୍ତା କରନ୍ତୁ ନାହିଁ । ଏହି କଥା ଭାବି ଖୁସି ହୁଅନ୍ତୁ ଯେ ଆପଣଙ୍କର ଭୋଗ ଭଗବାନ ଗ୍ରହଣ କଲେ ।
ପୂଜାରେ ଖରାପ ନଡିଆ ବାହାରିବାର ଅର୍ଥ ଖୁବ ଶୀଘ୍ର ଆପଣଙ୍କର ସବୁ ମନୋକାମନା ପୁରା ହେବାକୁ ଯାଉଅଛି । କୁହାଯାଏ ଯେ ଆପଣଙ୍କର ପୂଜା ସମୟର ନଡିଆ ଯଦି ଶୁଖିଲା ବାହାରେ ତେବେ ଆପଣଙ୍କର ସବୁ ସମସ୍ଯା ଖୁବ ଶୀଘ୍ର ସମାପ୍ତ ହୋଇଯିବ । ଏହା ସହିତ ଯଦି ଆପଣଙ୍କ ନଡିଆ ଭଲ ବାହାରେ ତେବେ ଆପଣ ସେହି ନଡିଆକୁ ଭକ୍ତ ମାନଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆପଣଙ୍କ ପୂଜା ନଡିଆ ଯଦି ଖରାପ ବାହାରେ ତେବେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ଏହା ବହୁତ ଶୁଭ ହୋଇଥାଏ ।