ଦେଶ- ବିଦେଶ

ବିଡିକୁ ଇଂରାଜୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି? ଏବେବି ଅନେକ ଧନୀ ଲୋକ କାହିଁକି ଏହାକୁ ଟାଣନ୍ତି ?

ବର୍ତ୍ତମାନ ସମୟର ମଣିଷ ଏବେ ଅନେକ ପ୍ରକାର ର ସଉକ ରଖିବାକୁ ଇଚ୍ଛା ରଖିଛନ୍ତି ।କିଏ ନିଜର ହେୟାର ଷ୍ଟାଇଲରେ ପରିବର୍ତ୍ତନ କରୁଛି ତା ଆଉ କିଏ ନିଜର ଶରୀରରେ ଅନେକ ପ୍ରକାର ଟାଟୁ କରୁଛି ,ଆଉ କିଏ ନିଜ ଲୁକିଙ୍ଗରେ ପରିବର୍ତ୍ତନ କରୁଛି।

ତେଣୁ ସମସ୍ତେ ସମସ୍ତଙ୍କ ଆଗରେ ନିଜକୁ ଦେଖାଇବା ପାଇଁ ଅନେକ ପ୍ରକାରର ପରିବର୍ତନ ଆଣୁଛନ୍ତି।କେତେକ ଦେଖାଇବା ପାଇଁ ନିଶା ଦ୍ରବ୍ୟ ସେବନ କରିଥାନ୍ତି।ଏବେ ସାଧାରଣତଃ ସମସ୍ତେ ତମ୍ବାଖୁ ,ସିଗାରେଟ ଏବଂ ବିଡି ଟାଣୁଥିବା ଦେଖିବାକୁ ମିଳୁଛି।

ଆପଣ ପ୍ରାୟତଃ ଆପଣଙ୍କ ଚାରିପାଖରେ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ଦେଖିଥିବେ, କିନ୍ତୁ ଆପଣ ବହୁତ କମ୍ ଲୋକଙ୍କୁ ବିଡି ଟାଣୁଥିବାର ପାଇବେ । ପୂର୍ବରୁ ଭାରତରେ ସିଗାରେଟ୍ ସହଜରେ ଉପଲବ୍ଧ ହେଉନଥିଲା ଯାହା ପାଇଁ ଲୋକମାନେ ଶାଳ ପତ୍ରରେ ତିଆରି ହୋଇଥିବା ବିଡି ଟାଣୁଥିଲେ ।

ଆଜି ବି ଯେଉଁମାନେ ସିଗାରେଟ୍ କିଣିବାକୁ ସକ୍ଷମ ନୁହଁନ୍ତି, ସେମାନେ ବିଡିକୁ ପିଅନ୍ତି । କିନ୍ତୁ କିଛି ଧନୀ ଲୋକ ମଧ୍ୟ ଅଛନ୍ତି, ଯାହାର ବିପୁଳ ପରିମାଣରେ ସମ୍ପତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ସିଗାରେଟ ବଦଳରେ ବିଡି ଟାଣନ୍ତି କାରଣ ସେମାନେ ସିଗାରେଟ ଅପେକ୍ଷା ବିଡି କୁ ଅଧିକ ପସନ୍ଦ କରିଥାନ୍ତି। ଯଦିଓ, ଅନେକ ଧନୀ ବ୍ୟକ୍ତି କିମ୍ବା ସେହି ଗରିବ ଲୋକ ଜାଣନ୍ତି ନାହିଁ ଯେ ବିଡିକୁ ଇଂରାଜୀରେ କଣ କୁହାଯାଏ ଓ ଏହାକୁ ଇଂରାଜୀରେ କିପରି ଲେଖାଯାଏ ।

ଧନୀ ଲୋକମାନେ କାହିଁକି ବିଡି ଟାଣନ୍ତି ?

ଜଣେ ଗରିବ ଲୋକ ପାଇଁ ଏହା ବୁଝାପଡେ ଯେ ସେ ତାଙ୍କ ଅଭାବ ଜନିତ କାରଣରୁ ବାଧ୍ୟତାମୂଳକ ଭାବରେ ବିଡି ଟାଣନ୍ତି, କିନ୍ତୁ ଧନୀ ଲୋକମାନେ କାହିଁକି ଟାଣନ୍ତି? ଆପଣ ଏହା ବିଷୟରେ ଜାଣିଛନ୍ତି କି? ଏହା ପଛରେ କୌଣସି ବଡ଼ ବିଜ୍ଞାନ ନାହିଁ, ବାସ୍ତବରେ ବିଡିର ନିଶା ସିଗାରେଟର ନିଶାଠାରୁ ସାମାନ୍ୟ ଭିନ୍ନ ଓ ଏହା ମଧ୍ୟ ଟିକେ କଠିନ ଅଟେ ।

ବିଡି ରେ କୌଣସି ଫିଲଟରର ବ୍ୟବହାର ହୋଇ ନଥାଇ ଏବଂ ଟାଣିଲେ ଧୁଆଁ ସିଧା ପାଟି ଭିତରକୁ ଯାଇଥାଏ ଯାହା ପାଇଁ ଏହା ସିଗାରେଟ ଠାରୁ ଅଧିକ କଠିନ ହୋଇଥାଇ।ଏହି କାରଣରୁ ଧନୀ ଲୋକମାନେ ଆରମ୍ଭରୁ ବିଡିରେ ଯେଉଁ ନିଶା ପାଉଥିଲେ ତାହା ସିଗାରେଟରୁ ପାଇ ନଥାନ୍ତି, ତେଣୁ ସେମାନେ ବିଡି ଟାଣିବାକୁ ପସନ୍ଦ କରନ୍ତି । ଆପଣ ଆପଣଙ୍କ ଚାରିପାଖରେ ଏପରି ଅନେକ ବୁଢା ଲୋକଙ୍କୁ ପାଇବେ ଯାହାଙ୍କ ପାଖରେ ଟଙ୍କାର ଅଭାବ ନାହିଁ, କିନ୍ତୁ ଯେତେବେଳେ ଆପଣ ସେମାନଙ୍କ ପକେଟକୁ ଦେଖିବ, ଆପଣ ସିଗାରେଟ୍ ବଦଳରେ ବିଡି ବଣ୍ଡଲ ପାଇବେ ।

ବିଡିକୁ ଇଂରାଜୀରେ କ’ଣ କୁହାଯାଏ?

ପ୍ରାୟ ୧୭ମ ଶତାବ୍ଦୀରେ ବିଡି ଭାରତରେ ଉଦ୍ଭାବନ କରାଯାଇଥିଲା । ଏହା ଶାଳ କିମ୍ବା କେନ୍ଦୁ ପତ୍ରରୁ ତିଆରି ହୋଇଛି । କେନ୍ଦୁ ପତ୍ରରେ ତମାଖୁ ଭର୍ତ୍ତି କରି ବିଡି ପ୍ରସ୍ତୁତ କରାଯାଏ । ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଓଡ଼ିଶା ଭଳି ରାଜ୍ୟରେ ବିଡି ବ୍ୟବସାୟ ସର୍ବାଧିକ । ବିଡି ଶବ୍ଦ ମାରୱାରୀ ଶବ୍ଦ ବିଡାରୁ ଉତ୍ପନ୍ନ । କିନ୍ତୁ ଇଂରାଜୀରେ ଏହା ଅନେକ ଉପାୟରେ ଲେଖାଯାଇଛି ।

କେହି କେହି ଏହାକୁ BIDI ଓ କେହି କେହି ଏହାକୁ BIRI ବୋଲି ଲେଖିଥାନ୍ତି । କିଛି ଲୋକ ଏହାକୁ Beedi ଭାବରେ ଲେଖନ୍ତି । କିନ୍ତୁ ଏହା ସବୁ ଶୁଦ୍ଧ ଶବ୍ଦ ନୁହେଁ । ବିଡିର ସଠିକ୍ ଇଂରାଜୀ ବନାନ ହେଉଛି BIDI-e । ଆଜି ପରେ, ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନ ପଚାରନ୍ତି, ତେବେ ଆପଣ ତାଙ୍କୁ ସଠିକ୍ ଉତ୍ତର ଦେଇପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button