ରାଜ୍ୟ

୬୫ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସର‌ରେ ବିଶିଷ୍ଟ ସେବା, ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ରାଷ୍ଟ୍ରପତି ପୁଲିସ୍‌‌ ପଦକ ଓ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି। ଲୋକସେବା ଭବନରେ ମୋଟ ୬୫ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। ବିଶିଷ୍ଟ ସେବା ପାଇଁ ଆଇପିଏସ୍ ସୁରେଶ ଦେବଦତ୍ତ ସିଂ (ପୁଲିସ୍‌ କମିସନର) ଓ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ସଚ୍ଚିଦାନନ୍ଦ ରଥଙ୍କୁ ମିଳିଛି ରାଷ୍ଟ୍ରପତି ପଦକ। ସେହିଭଳି ପ୍ରଶଂସନୀୟ ସେବା ପାଇଁ ୧୧ଜଣଙ୍କୁ ପୁଲିସ୍‌ ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ଡେପୁଟି କମାଣ୍ଡାଣ୍ଟ କୌଶିକ କୁମାର ନାଏକ, ଡିଏସ୍‌ପି ସନତ୍ କୁମାର ନାଥଶର୍ମ।, ଡିଏସ୍‌ପି କବିତା ସାହୁ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ସବ୍‌ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ନନ୍ଦ, ଏସ୍ଆଇ ବାବୁଲା ସାମଲ, କନେଷ୍ଟବଳ ପ୍ରମୋଦ କୁମାର ମହାନ୍ତ, କନେଷ୍ଟବଳ ସଂଯୁକ୍ତା ନାୟକ, ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା ଓ ସୁରେଶ ଚନ୍ଦ୍ର ରାଉତ। ଅଗ୍ନିସେବା କ୍ଷେତ୍ରରେ ପ୍ରଶଂସନୀୟ ସେବା ଲାଗି ଲିଡିଂ ଫାୟାରମ୍ୟାନ୍ ନିରଞ୍ଜନ ଜେନା ଓ ସୁକାନ୍ତ କୁମାର ବେହେରା, ପ୍ଲାଟୁନ୍ କମାଣ୍ଡର ହୋମ୍‌ଗାର୍ଡ ସୁଲୋଚନା ସାହୁ ଏବଂ ହୋମ୍‌ଗାର୍ଡ ଝଗୁ ବରବାଙ୍କୁ (ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ) ଏହି ପଦକ ଦିଆଯାଇଛି। ସେହିଭଳି ଉଲ୍ଲେଖନୀୟ ସେବା ଲାଗି କମ୍ପାନି କମାଣ୍ଡର ପ୍ରକାଶ ଚନ୍ଦ୍ର ସାହୁ ଓ ସୀମା କୁଣ୍ଡୁଙ୍କୁ (ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ) ପଦକ ପ୍ରଦାନ କରାଯାଇଛି। ଜେଲ୍ ବିଭାଗରେ ଉଲ୍ଲେଖନୀୟ ସେବା ଲାଗି ରାଉରକେଲା ଜେଲର୍ ରତିକାନ୍ତ ଶୁକ୍ଳାଙ୍କୁ ପଦକ ପ୍ରଦାନ କରାଯାଇଥିଲା।

ଏହାଛଡା ୨୦୨୪ ବର୍ଷ ପାଇଁ ୧୮ ଜଣଙ୍କୁ ରାଜ୍ୟପାଳ ପଦକ ଦିଆଯାଇଥିଲା। ସେମାନଙ୍କ ଭିତରେ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ସାର୍ଥକ ଷଢ଼ଙ୍ଗୀ, ଷଷ୍ଠ ଓଏସ୍‌ଏପି କମାଣ୍ଡାଣ୍ଟ ସୂର୍ଯ୍ୟ ମଲ୍ଲିକ, ଭିଜିଲାନ୍ସର ଅତିରିକ୍ତ ଏସ୍‌ପି ସୁଶାନ୍ତ କୁମାର ବିଶ୍ବାଳ, ଗଞ୍ଜାମର ଅତିରିକ୍ତ ଏସ୍‌ପି ରାଜୀବ ଲୋଚନ ପଣ୍ଡା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ପଣ୍ଡା ସାମିଲ ଅଛନ୍ତି। ସେହିପରି ୨୦୨୧ ମସିହା ପାଇଁ ତିନିଜଣ ଆଇପିଏସ୍‌ଙ୍କ ସମେତ ୨୦ ଜଣଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଛି। ଭିଜିଲାନ୍ସ ଆଇଜି ଆଇପିଏସ୍‌ ଅସିତ ପାଣିଗ୍ରାହୀ, ଆଇଜି ପର୍ସୋନେଲ୍‌ ଏସ୍‌ ପ୍ରବିଣ କୁମାର, ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଚରଣ ସିଂହ ମିନା, ଡିସିପି ପିନାକ ମିଶ୍ର ସମେତ ୨୦ ଜଣ ରାଜ୍ୟପାଳ ପଦକ ପାଇଛନ୍ତି। ସେହିପରି ୨୦୧୯ ମସିହା ପାଇଁ ଡିଆଇଜି ଅଖିଳେଶ୍ବର ସିଂହ, ୨୦୨୦ ମସିହା ପାଇଁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ୨୦୨୩ ମସିହା ପାଇଁ ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୋ, ୨୦୨୪ ମସିହା ପାଇଁ ଆଇଜି ସତ୍ୟବ୍ରତ ଭୋଇ, ଚତୁର୍ଥ ଏସ୍‌ଏସ୍‌ ବାଟାଲିଅନ୍‌ର ଡେପୁଟି କମାଣ୍ଡାଣ୍ଟ ରଜତ କେର୍କେଟାଙ୍କୁ ରାଜ୍ୟପାଳ ପଦକ ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button