ଦେଶ- ବିଦେଶ

ପାରମ୍ପରିକ ମୋବାଇଲ୍‌ ନେଟ୍‌ୱାର୍କ ଉପରେ ଆଉ ରହିବନି ବୋଝ; ଆଜିଠାରୁ ଡାଇରେକ୍ଟ-ଟୁ-ସେଲ୍ ଫୋନ୍ ସେବା

ନୂଆଦିଲ୍ଳୀ: ସ୍ପେସ୍‌ ଏକ୍ସର ସିଇଓ ଏଲନ୍‌ ମସ୍କ ନିକଟରେ ଏକ ନିଶ୍ଚିତତା ପ୍ରଦାନ କରିଛନ୍ତି। ସେ କହିଛନ୍ତି କି ଏଣିକି ବିନା ଟାୱାର୍‌ରେ ବି ମିଳିବ ମୋବାଇଲ୍‌ ସେବା। ଏହାର ବିଟା ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି।

ଏକ୍ସ ପ୍ଲାଟ୍‌ଫର୍ମରେ ହୋଇଥିବା ଏକ ପୋଷ୍ଟିଂ ଅନୁସାରେ, ଆଜିଠାରୁ ଷ୍ଟାର୍‌ଲିଙ୍କ୍‌ର ଡାଇରେକ୍ଟ-ଟୁ-ସେଲ୍‌ ସାଟେଲାଇଟ୍‌ ସର୍ଭିସ୍‌ର ବିଟା ଟେଷ୍ଟିଂ ଆରମ୍ଭ ହୋଇପାରେ।

ଡାଇରେକ୍ଟ-ଟୁ-ସେଲ୍‌ ସାଟେଲାଇଟ୍‌ ଅର୍ଥାତ ମୋବାଇଲ୍‌ ସିଧା ସାଟେଲାଇଟ୍‌ ଦ୍ବାରା ଚାଳିତ ନେଟ୍‌ୱ‌ାର୍କ ସହ ଯୋଡ଼ି ହେବ। ଏହାପରେ ବିନା ଟାୱାରରେ ବି ଗ୍ରାହକ ଫୋନ୍‌ ସେବାର ଲାଭ ଉଠାଇ ପାରିବେ।

ଏହି ନେଟ୍‌ୱାର୍କରେ ମାଟି ‌ଖୋଳି ଆଉ ମୋବାଇଲ୍‌ ନେଟ୍‌ୱର୍କ ପୋତିବାକୁ ପଡ଼ିବନି। ଏହା ଦ୍ବାରା ପାରମ୍ପରିକ ‌ମୋବାଇଲ୍‌ ଟାୱାର ଉପରେ ଆଉ ବିଶେଷ ବୋଝପଡ଼ିବ ନାହିଁ।

‘ଷ୍ଟାରଲିଙ୍କ୍’ର ଏହି ସେବା ଉପଭୋକ୍ତାଙ୍କୁ ସିଧାସଳଖ ମହାକାଶରୁ ଟେଲିକମ୍ ସେବା ଯୋଗାଇବ। ବର୍ତ୍ତମାନ, ଏହି ସେବାର ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ଏହି ସେବା ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଇଁ ବହୁତ ଭଲ ସାହାଯ୍ୟ କରିବ। ଏଥିସହ ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ହେବ। କାରଣ ଏହି ସେବା ଆରମ୍ଭ ହେବାପରେ ଭୂମିରେ ଅବସ୍ଥିତ ସେଲ୍ ଟାୱାର୍ ଉପରେ ନିର୍ଭର କରିବା କମିଯିବ ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆଣିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button