ଦେଶ- ବିଦେଶ

ହିଜାବ ବ୍ୟାନ୍ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ।

ହିଜାବ ବ୍ୟାନ୍ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ। ମୁମ୍ୱାଇର ଏକ ପ୍ରାଇଭେଟ୍ କଲେଜ ହିଜାବ ଉପରେ ଲଗାଇଥିବା ଅଙ୍କୁଶ ଉପରେ ରହିତାଦେଶ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। ଶୁଣାଣୀ ବେଳେ ଯଦି କେହି ତିଳକ ମାରି କଲେଜକୁ ଆସିବେ, ତାକୁ ବି କଅଣ କଲେଜକୁ ମନା କରିଦେବେ ବୋଲି ପଚାରିଥିଲେ ସୁପ୍ରିମକୋର୍ଟ। ହିଜାବ, କ୍ୟାପ୍‌ ଓ ବ୍ୟାଜ୍ ପିନ୍ଧିକି ଆସିଲେ କଲେଜ କ୍ୟାମ୍ପସକୁ ମନା ବୋଲି କଲେଜ ନିର୍ଦେଶାନାମା ଜାରି କରିଥିଲା। ଏନଜି ଆଚାର୍ଯ୍ୟ ଓ ଡିକେ ମରାଠା କଲେଜ ଅଫ ମୁମ୍ୱାଇ ଏହି ବ୍ୟାନ୍ ଲଗାଇଥିବାରୁ ମୁସଲିମ ଛାତ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ରହିତାଦେଶ ଜାରି କରିଛନ୍ତି। ଧର୍ମ ଆଧାରରେ ଶିକ୍ଷାନୁଷ୍ଠାନରେ ପ୍ରବେଶ ବ୍ୟାନ୍ କେତେଦୂର ଯଥାର୍ଥ ବୋଲି ପଚାରି ବର୍ଷିଥିଲେ ଅଦାଲତ। ପିଲାଙ୍କ ନାଁରୁ କଅଣ ସେମାନଙ୍କ ଧର୍ମ ଜାଣିହେଉନି ଯେ, ଏଭଳି ବ୍ୟାନ୍ ଲଗାଇ ଚିହ୍ନଟ କରିବାକୁ ଆଳ ନେଉଛି କଲେଜ ବୋଲି ବିରକ୍ତି ପ୍ରକାଶ କରିଥିଲେ ବିଚାରପତି। ସମସ୍ତଙ୍କୁ ଏକାଠି ପଢ଼ିବାକୁ ଦିଅ। ମହିଳା କଅଣ ପରିଧାନ କରିବେ,ତାକୁ ଜୋର ଦେଲେ କେମିତି ମହିଳା ସଶକ୍ତିକରଣ ହେବ ବୋଲି ପଚାରିଥିଲେ ଅଦାଲତ। ପରିବାର ଲୋକେ କହୁଥିବେ ବୋଲି ହିଜାବ ପିନ୍ଧି ଆସୁଥିବେ ଛାତ୍ରୀ। ଏହାକୁ କଲେଜ କର୍ତ୍ତୃପକ୍ଷ ବି ଧ୍ୟାନରେ ରଖିବା ଜରୁରୀ। ଏମିତି ବ୍ୟାନ୍ ଲଗାଇ କଲେଜ ଛାଡ଼ିବାକୁ ବାଧ୍ୟ କରାନଯାଉ।

Related Articles

Leave a Reply

Your email address will not be published. Required fields are marked *

Back to top button