ରାଜ୍ୟ
‘ଶିକ୍ଷା ସମସ୍ତଙ୍କ ପାଇଁ‘ ଉଦେଶ୍ୟରେ ମିନି ମାରାଥନ୍

ମାଲକାନଗିରି: ଜିଲ୍ଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପଡିଆରୁ ମାଲ୍ୟାବନ୍ତ ହୋଷ୍ଟେଲ ପର୍ଯ୍ୟନ୍ତ କିସ ଓ କୀଟ ପକ୍ଷରୁ ‘ଶିକ୍ଷା ସମସ୍ତ ପାଇଁ‘ ଉଦ୍ଦେଶ୍ୟରେ ମିନି ମାରାଥନ୍ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରତାପ କଟାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ।
ମାଲ୍ୟାବନ୍ତ ହଷ୍ଟେଲରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ମାନିତ ଅତିଥି ଭାବେ ରତ୍ନାକର ଦାସ,ଗୋପୀକୃଷ୍ଣ ପଟ୍ଟନାୟକ, ଦେବବ୍ରତ ସାନା ଏବଂ ଡ଼ଃ ସୁବ୍ରତ ଜେନା ଉପସ୍ଥିତ ଥିଲେ। କିସ କିଟ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏଭଳି ମହତ ପ୍ରୟାସକୁ ଭୁୟସୀ ପ୍ରଶଂସା କରାଯାଇଛି।