ଜ୍ୟୋତିଷ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନରେ କଣ ପାଇଁ ମୁରୁଜ ପଡିଥାଏ ଜାଣନ୍ତୁ ଏହା ପଛର ପୌରାଣିକ ରହସ୍ୟ

ଭାରତୀୟ ପୁରାଣରେ ଉଲ୍ଲେଖ ରହିଛି ଯେ କାର୍ତ୍ତିକ ମାସ ଅତି ପବିତ୍ର ମାସ। କୁମାର ପୂର୍ଣିମା ପରଦିନ ପ୍ରତିପଦା ତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସ ପୂର୍ଣ୍ଣିମା ବା କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହୋଇଥାଏ। କାର୍ତ୍ତିକ ମାସ ସାରା ଦେବ ମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ। ଏହା ଦ୍ବାରା ଅକାଳ ମୃତ୍ୟୁ ହୋଇନଥାଏ। ଶୁକ୍ଳ ଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦଯାପନ ହୋଇଥାଏ।

ବଡ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡେ ଭିଷ୍ମ ପଞ୍ଚକ। ଏହାର ଅନ୍ୟ ନାମ ବକ ପଞ୍ଚକ। କୁହାଯାଏ ପଞ୍ଚକ ପାଞ୍ଚ ଦିନ ଯାକ ବକ ମଧ୍ୟ ମାଛ ଖାଇନଥାଏ। ଚତୁଃମାସ୍ୟ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚତୁଃମାସ୍ୟ ପଞ୍ଚକ ବୋଲି କୁହାଯାଇ ଥାଏ। ଚତୁର୍ଦ୍ଦଶୀ ଦିନ ଶିବ ଉତଥାନ ଯାତ୍ରା ଓ ବଡ ଓଷା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମା ଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀ ପୋଖରୀରେ ଡଙ୍ଗା ଭସା ଉତ୍ସବ ପାଳନ କରାଯାଏ।

ଶେଷ ପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ- ବୃନ୍ଦାବତୀ ଦାନବ ରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମର ବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ୟ ନଷ୍ଟ ହେଲେ ଯାଇ ତାଙ୍କର ମୃତ୍ୟୁ ହେବ ବୋଲି ବର ମିଳିଥିଲା। ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର। ଶେଷରେ ତାଙ୍କୁ ମାରିବା ପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧର ବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୟ ହରଣ କରିଥିଲେ।

ଏହି ଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵ ଉପରେ ପ୍ରଶ୍ନ ହେବାରୁ ତାଙ୍କୁ ପଞ୍ଚବନୀ ରସ ବା ଅମୃତ ରସରେ ପବିତ୍ର କରାଯାଇଥିଲା। ଏହି ପଞ୍ଚବନୀ ଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକ ମାସର ଶେଷ ପାଞ୍ଚଦିନକୁ ପଞ୍ଚୁକ ଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button