ଜ୍ୟୋତିଷରାଜ୍ୟ

ଖାଇବା ଥାଳିରେ ଏହି କାରଣରୁ ଦିଆ ଯାଏନାହିଁ ତିନୋଟି ରୁଟି,

ହିନ୍ଦୁଧର୍ମରେ ଖାଦ୍ୟ ଖାଇବା ଏବଂ ଏହାର ଶୈଳୀକୁ ନେଇ ଅନେକ ମାନ୍ୟତା ରହି ଆସିଛି। କେବଳ ଯେ ମାନ୍ୟତା ନୁହେଁ ବରଂ ଏହାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି। ସାଧାରଣତଃ ହିନ୍ଦୁ ଧର୍ମରେ ୩ ଅଙ୍କକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। କୌଣସି ଶୁଭ କାର୍ଯ୍ୟରେ ୩ ଟିକିଆ ଜିନିଷ ଦେବାକୁ ବାରଣ କରାଯାଇଥାଏ। ସେହିପରି ଭାବରେ ଖାଇବା ସମୟରେ ମଧ୍ୟ ଥାଳିରେ ତିନୋଟି ରୁଟି ଦେବାକୁ ବାରଣ କରାଯାଇଥାଏ। ତେବେ, ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ:-

୧. ହିନ୍ଦୁ ମାନ୍ୟତା ଅନୁଯାଇ ଥାଳିରେ ତିନୋଟି ଜିନିଷ ଦିଆଯିବା ମୃତ ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ସହିତ ସମାନ ଅଟେ। ପରମ୍ପରା ଅନୁଯାଇ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଭୋଜନ ଥାଳିରେ ଏକାସହ ୩ଟି ଖାଦ୍ୟ ଜିନିଷ ରଖାଯାଇଥାଏ।

୨. ଅନ୍ୟ ଏକ ମାନ୍ୟତା ଅନୁଯାଇ ଥାଳିରେ ତିନୋଟି ରୁଟି ପରଷାଗଲେ ଏହା ମନରେ ଶତ୍ରୁତା ଭାବ ସୃଷ୍ଟି କରିଥାଏ। ତେଣୁ, ଘର ଏବଂ ହୋଟେଲ ଗୁଡିକରେ ମଧ୍ୟ ଏକାସହିତ ତିନୋଟି ରୁଟି ପରଷା ଯାଇନଥାଏ।

୩. ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ମଣିଷକୁ ଗୋଟିଏ ଦିନ ଭିତରେ ଅଳ୍ପ ଅଳ୍ପ କରି ଖାଦ୍ୟ ଗ୍ରହଣ କରିବା ଉଚିତ। ଖାଦ୍ୟ ଥାଳିରେ ଡାଲି ତରକାରୀ ସହିତ ୫୦ ଗ୍ରାମ ଭାତ କିମ୍ବା ଦୁଇଟି ରୁଟି ଦେବା ଆବଶ୍ୟକ ରହିଥାଏ। ୨ଟି ରୁଟିରୁ ୧୨୦୦ ରୁ ୧୪୦୦ କ୍ୟାଲୋରୀ ଶକ୍ତି ମିଳୁଥିବା ବେଳେ ଏହାଠାରୁ ଅଧିକ ଖାଇଲେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ ତେଣୁ ତିନୋଟି ରୁଟି ଦେବାକୁ ବାରଣ କରାଯାଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button