ଜ୍ୟୋତିଷ

ଶାସ୍ତ୍ର ଅନୁସାରେ ଏହି ସବୁ ଲକ୍ଷଣ ଥିବା ମହିଳାମାନେ ହୋଇଥାନ୍ତି ସୋଭାଗ୍ୟବତୀ, ମହାଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏମାନେ

ଆମ ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ସାକ୍ଷାତ ଧନ ଦେବୀ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ । ଗୋଟିଏ ସ୍ତ୍ରୀ ପୁରା ଘରକୁ ପାଳନ ପୋଷଣ କରିଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ମହିଳାମାନଙ୍କର ମାନ ସମ୍ମାନ ହୋଇଥାଏ ସେହି ଘରେ ଦେବୀ ଦେବତା ବାସ କରିଥାନ୍ତି । ବିଭିନ୍ନ ଶାସ୍ତ୍ରରେ ଏକ ସୋଭାଗ୍ୟଶାଳୀ ମହିଲାମାନଙ୍କର ଲକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଛି ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ, ଯଦି ଏହି ଲକ୍ଷଣ ଆପଣଙ୍କ ଘରର ମହିଳାମାନଙ୍କ ମଧ୍ୟରେ ଦେଖାଯାଏ ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଘରେ ସବୁବେଳେ ମାତା ଲକ୍ଷ୍ମୀ ନିବାସ କରିଥାନ୍ତି ।

ଆସନ୍ତୁ ଜାଣିବା ସୋଭାଗ୍ୟବତୀ ମହିଳାମାନଙ୍କର ଲକ୍ଷଣ ବିଷୟରେ

·    ଯେଉଁ ମହିଳାମାନେ କୌଣସି ବ୍ୟକ୍ତିଙ୍କ ବିଷୟରେ ଖରାପ ଚିନ୍ତା ଧାରା ରଖନ୍ତି ନାହିଁ, ଯେଉଁ ମାନଙ୍କର ମନ ପୁରା ପବିତ୍ର ହୋଇଥାଏ, ଏହି ମହିଳାମାନେ ବହୁତ ଭଲ ହୋଇଥାନ୍ତି ।

·    ଯେଉଁ ମହିଳାମାନେ କେବେ ବି ଖରାପ କଥା କୁହନ୍ତି ନାହିଁ, ସବୁବେଳେ ନିଜ ମୁହଁରୁ ମିଠା କଥା କହିଥାନ୍ତି, ସେମାନେ ଉଚ୍ଚ ଆବାଜରେ କଥାବାର୍ତ୍ତା କରନ୍ତି ନାହିଁ ତେବେ ଏହି ମହିଳାମାନେ ବହୁତ ସୋଭାଗ୍ୟଶାଳୀ ହୋଇଥାନ୍ତି ।

·    ଯେଉଁ ମହିଳାମାନେ ନିଜ କର୍ତବ୍ୟର ପାଳନ ସଠିକ ରୂପରେ କରିଥାନ୍ତି, ଯେଉଁମାନେ ଲୋକମାନଙ୍କର ସେବା କରିଥାନ୍ତି, ଯଦି କାହା ଦ୍ଵାରା ଭୁଲ ହୋଇଯାଏ ତେବେ ସେମାନେ ତାଙ୍କୁ ବହୁତ ଜଲ୍ଦି କ୍ଷମା କରି ଦିଅନ୍ତି, ଏହା ଛଡା ଯେଉ ମହିଳାମାନେ ଦାନ ପୂଣ୍ୟରେ ଧ୍ୟାନ ଦିଅନ୍ତି ସେମାନଙ୍କୁ ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ ।

·    ଯେଉଁ ମହିଳାମାନେ ଘରେ ଆସିଥିବା ଅତିଥିମାନଙ୍କର ଆଦର ସମ୍ମାନ କରିଥାନ୍ତି ତେବେ ସେହି ମହିଳାମାନେ ମାତା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ।

·    ଯଦି କେହି ମହିଳା କୌଣସି ଦୁଖୀକୁ ଦେଖି ନିଜେ ଦୁଖିତ ହୋଇଯାଏ ଓ ନିଜ ଶକ୍ତି ଅନୁସାରେ ସେହି ବ୍ୟକ୍ତିର ସହୟତା କରିବାକୁ ଚେଷ୍ଟା କରିଥାଏ । ଏହିଭଳି ଲକ୍ଷଣ ଥିବା ମହିଳାମାନେ ବହୁତ ଭଲ ହୋଇଥାନ୍ତି ।

·    ଯେଉଁ ମହିଳାମାନେ ସମସ୍ତଙ୍କୁ ସମାନ ଭାବରେ ଭୋଜନ ଦେଇଥାନ୍ତି ଏହିଭଳି ମହିଳାମାନେ ସବୁଠୁ ଉତ୍ତମ ସ୍ଵଭାବର ହୋଇଥାନ୍ତି । ଏହା ଛଡା ଯେଉଁମାନେ ସବୁଦିନ ସ୍ନାନ କରି ସଫା ସୁତୁରା ହୋଇ ରୋଷେଇ ଘରେ ପ୍ରବେଶ କରନ୍ତି ଏହିଭଳି ମହିଳାମାନେ ଭଲ ହୋଇଥାନ୍ତି ।

·    ଯେଉଁ ମହିଳାମାନେ ଧର୍ମ – କର୍ମ ଉପରେ ବିଶ୍ଵାସ ରଖନ୍ତି, ସବୁଦିନ ଦେବୀ ଦେବତାଙ୍କୁ ପୂଜା ଅର୍ଚନା କରନ୍ତି, ଯେଉଁ ମହିଳାମାନେ ସର୍ବଦା ସମସ୍ତଙ୍କୁ ସଠିକ ମାର୍ଗରେ ଯିବାକୁ ପ୍ରେରିତ କରିଥାନ୍ତି, ଏହିଭଳି ମହିଳାମାନେ ଲକ୍ଷ୍ମୀଙ୍କର ସ୍ୱରୂପ ଅଟନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button