ରାଜ୍ୟ

୪ ଡିଗ୍ରିରେ ଘୁ.ଉଦୟଗିରି

ଘୁ.ଉଦୟଗିରି/ଭୁବନେଶ୍ବର: ସାରା କନ୍ଧମାଳ ଏବେ ୧୦ଡିଗ୍ରି ସେଲ୍‌ସିୟସ୍‌ ତଳେ ଥରୁଛି। ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ୪ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ସମଗ୍ର ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଗତ ସପ୍ତାହେ ହେଲା ଲଗାତାର ଘୁ.ଉଦୟଗିରି ସହରର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ରାତି ବଢ଼ିଲେ ଜାଡ଼ ଅସମ୍ଭାଳ ହେଉଛି। ଭୋର୍‌ରୁ ସକାଳ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

ଏହାବ୍ୟତୀତ ସିମିଳିଗୁଡ଼ାରେ ୪.୯, ଫୁଲବାଣୀରେ ୭, ରାଉରକେଲାରେ ୭.୨, ଝାରସୁଗୁଡ଼ାରେ ୭.୭, ଦାରିଙ୍ଗବାଡ଼ିରେ ୯, କିରେଇରେ ୯.୩, ଭବାନୀପାଟଣାରେ ୯.୯, ସୁନ୍ଦରଗଡ଼ରେ ୧୦.୨, କେନ୍ଦୁଝରରେ ୧୦.୬, କୋରାପୁଟ, ଅନୁଗୁଳ ଓ ବଲାଙ୍ଗୀରରେ ୧୧ ଡିଗ୍ରି ଲେଖାଏଁ ରହିଥିଲା। ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ ପରବର୍ତ୍ତୀ ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button