ସ୍ୱାସ୍ଥ୍ୟ

ପେଟ କମ କରିବାରେ ବହୁତ ସାହାଯ୍ୟ କରେ ଏହି ଦୁଇଟି ଡ୍ରିଂକ୍ସ- ନିଶ୍ଚୟ ଜାଣନ୍ତୁ ଏହି ଡ୍ରିଂକ୍ସ ବିଷୟରେ

ଆଜିକା ଯୁଗରେ ମୋଟା ହେବା ଏକ ବହୁତ ବଡ ଦୂବିଧା ଜିନିଷ, ବିଶେଷ କରି ପେଟ ବାହାରିବା । ବହୁତ ଲୋକଙ୍କୁ ନିଜ ପେଟ ବାହାରିବା ଦେଖି ବହୁତ ଦୁଃଖ ଲାଗେ କାହିଁକିନା ଏହା କପଡା ଉପରୁ ଦେଖା ଯାଉଥାଏ, କେବଳ ଏହା ନୁହେଁ ପେଟ ପାଇଁ ଆପଣ ନିଜ ପସନ୍ଦ କପଡା ପିନ୍ଧି ପାରନ୍ତିନୀ ଯାହା ତାଙ୍କୁ ଇଛା ଥାଏ କିନ୍ତୁ ତାଙ୍କୁ ଫିଟ ହୁଏ ନାହିଁ । ମୋଟାପଣ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ଏହା ପାଇଁ ହୃଦୟ ରୋଗ ଠାରୁ ଆରମ୍ଭ କରି ମଧୁମେହ ଭଳି ଭୟଙ୍କର ରୋଗ ହୋଇଥାଏ ଯାହା ଆମ ସ୍ୱାସ୍ଥ୍ୟ ଖରାପ କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଡ୍ରିଂକ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀର ଫ୍ୟାଟ୍ସ କମ କରିଥାଏ ।

କାକୁଡି, ଲେମ୍ବୁ ଓ ଧନିଆ :
ଏହି ଡ୍ରିଂକ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ ହେବନାହିଁ ଓ ଆପଣଙ୍କ ପାଇଁ ଲାଭକାରୀ ମଧ୍ୟ ହେବ । କାକୁଡି ଛେଲି କାଟି ଦିଅନ୍ତୁ, ଲେମ୍ବୁ ରସ, ଧନିଆ ଓ ଅଧା କପ ପାଣି ଗ୍ରାଇଣ୍ଡର ରେ ପକେଇ ପେଷ୍ଟ କରନ୍ତୁ ଓ ତା ପରେ ଏହାର ସେବନ କରନ୍ତୁ । ଏହି ମିଶ୍ରଣ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ଅଟେ କାହିଁକିନା ଏହି ମିଶ୍ରଣ ରେ ଫ୍ୟାଟ୍ସ କମ କରିବାର ଗୁଣ ଅଛି ଓ ଏଥିରେ କ୍ୟାଲୋରି ହୋଇ ନଥାଏ ।

ଅଦା ଚା :
ଯଦି ଆପଣଙ୍କୁ ରାତି ଖାଦ୍ୟ ଖାଇବା ପରେ ଓଜନିଆ ଲାଗୁଛି ତାହେଲେ ଆପଣଙ୍କୁ ଅଦା ଚା ନିଶ୍ଚିନ୍ତ ପିବା ଉଚିତ ଅଟେ । ଅଦା ପେଟ ସମସ୍ଯା ଦୂର କରିବା ପାଇଁ ପ୍ରସିଦ୍ଧ ଅଟେ, ଯେତେବେଳେ ଆପଣ ନିଜ ପାଚନ ତନ୍ତ୍ର ଉପରେ ଧ୍ୟାନ ଦିୟନ୍ତି ଏହା ସାହାଯ୍ୟରୁ ଆପଣଙ୍କ ଓଜନ କମିଥାଏ । ଅଦା ଚା ସେବନ କଲେ ଶରୀରୁ ଟକସିନ୍ସ ଓ ବେକାର ଜିନିଷ ବାହାର କରିଥାଏ ।

ଏହି ଚା ପାଇଁ ଆପଣଙ୍କୁ ଅଦା, ଗୋଟେ ଚାମଚ ମହୁ, ଚାପତି ଓ ଲେମ୍ବୁ ରସ ଦରକାର । ଚା କରି ସାରିବା ପରେ ଏଥିରେ ମହୁ ଓ ଲେମ୍ବୁ ପକାନ୍ତୁ ଓ ତାପରେ ଏହାର ସେବନ କରନ୍ତୁ ଏହା ଆପଣଙ୍କୁ ସ୍ଵସ୍ଥ ଓ ସୁଖ ରଖିବ । ଏହି ଚାକୁ ରାତି ଖାଇବା ଖାଇଲା ପରେ ସେବନ କରନ୍ତୁ ଏହା ପରେ ଶୋଇ ପଡନ୍ତୁ ଏହା ବହୁତ ଲାଭ ଦେବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button