ରାଜ୍ୟ

ଶ୍ରାବଣ ମାସରେ ଖାଆନ୍ତୁ ନାହିଁ ଏହି 4ଟି ଜିନିଷ, ଘର ପରିବାର ହୋଇଯିବ ବରବାତ ।

ବନ୍ଧୁଗଣ ଶ୍ରାବଣର ମାସ କୌଣସି ସାଧାରଣ ମାସ ନୁହେଁ । ଏହି ମାସ ବହୁତ ପବିତ୍ର ହୋଇଥାଏ । ଯେଉଁ କାରଣରୁ ଭକ୍ତ ମାନେ ଏହି ମାସକୁ ଅପେକ୍ଷା କରି ରହିଥାନ୍ତି । ଶ୍ରାବଣର ମାସ ଏତେ ପବିତ୍ର ହୋଇଥାଏ ଯାହାର କଳ୍ପନା କରି ହେବ ନାହିଁ । ଶାସ୍ତ୍ର ଅନୁଯାୟୀ ଶ୍ରାବଣ ସୋମବାର ବ୍ରତ ଯେଉଁ ପୁରୁଷ ବା ସ୍ତ୍ରୀ କରିଥାନ୍ତି ସେମାନେ ଭାବାନ ଶିବଙ୍କ ସର୍ବାଧିକ ପ୍ରିୟ ହୋଇଥାନ୍ତି । ଏମିତି ବ୍ୟକ୍ତିଙ୍କୁ ମହାଦେବ ନିଜର ଶରଣ କୁ ନେଇ ଯାଆନ୍ତି । ଆଜି ଆମେ ଜାଣିବା ଶ୍ରାବଣ ମାସରେ କଣ ଖାଇବା ଉଚିତ ନୁହେଁ ।

ଶ୍ରାବଣ ମାସ ଏବେ ଆରମ୍ଭ ହୋଇସାରିଛି । ଜୁଲାଇ 4ରୁ ଆରମ୍ଭ ହୋଇ ଅଗଷ୍ଟ 31 ରେ ଶେଷ ହେବ ଶ୍ରାବଣ ମାସ । ଯଦି ଆପଣ ସୋମବାର ବ୍ରତ ରଖିଛନ୍ତି ତେବେ ଏହି ଦିନ ସାତ୍ଵିକ ଭୋଜନ କରନ୍ତୁ । ଏହା ନିର୍ଜଳ ବ୍ରତ ହୋଇନ ଥାଏ । ଯଦି ଆପଣ ଫଳ ଆହାରର ସଙ୍କଳ୍ପ ନେଇଛନ୍ତି ତେବେ ଲୁଣ ଭୁଲରେ ବି ଖାଆନ୍ତୁ ନାହିଁ । ଖାଲି ଫଳ ଖାଇପାରିବେ ।

ବାହାରର ଫଳ ଜୁସ ବିଲକୁଲ ପିଅନ୍ତୁ ନାହିଁ । ଏହା ଦ୍ଵାରା ବ୍ରତ ଖଣ୍ଡିତ ହୋଇଥାଏ । ଶ୍ରାବଣରେ ଯେବେ ବି ଶୁକ୍ରବାର ପଡିଥାଏ ଭୁଲରେ ବି ଖଟା ଖାଆନ୍ତୁ ନାହିଁ କାରଣ ମାତା ସନ୍ତୋଷୀ ଏହି ସମୟରେ ଜାଗୃତ ଅବସ୍ଥାରେ ରହିଥାନ୍ତି । ଏହି ଦିନ ଗୁପଚୁପ, ତେନ୍ତୁଳୀ ଜାଣତରେ ଅଜାଣତରେ ଖାଆନ୍ତୁ ନାହିଁ । ଶ୍ରାବଣ ମାସରେ କ୍ଷୀର ପିଇବା ଅନୁଚିତ । ଏହାଦ୍ବାରା ଭଗବାନ ଶିବ କ୍ରୋଧିତ ହୋଇଥାନ୍ତି ।

ଏହି ମାସରେ ଅଟା, ବେସନ, ଛତୁ, ମଇଦା, ଲୁଣ ସେବନ କରିବା ଅନୁଚିତ । ଏହା ବାଦ ମଦ୍ୟପାନ, ମାଂସ, ମାଛ, ପିଆଜ, ରସୁଣ  ସେବନ କରିବା ଉଚିତ ନୁହେଁ । ବ୍ରତ ରଖୁଥିବା ବ୍ୟକ୍ତିଙ୍କୁ ଧନିଆ ଓ ଲଙ୍କା ଗୁଣ୍ଡ ପାଉଡର ସେବନ କରିବା ଅନୁଚିତ । ଯେଉଁ ବ୍ୟକ୍ତି ଶ୍ରାବଣରେ ବାଇଗଣ ର ସେବନ କରିଥାଏ ତାକୁ ପାପ ଲାଗିଥାଏ । ଶାସ୍ତ୍ର ରେ କୁହାଯାଇଛି ଶ୍ରାବଣ ମାସରେ ବ୍ରତଧାରୀଙ୍କୁ ଉଧାର କରି ଫଳ ଖାଇବା ଉଚିତ ନୁହେଁ ।

ବ୍ରତରେ ଉଧାର ମାଗି ଖାଇଲେ ବ୍ରତ ଅଧା ରହିଯାଏ । ବ୍ରତଧାରୀଙ୍କୁ ମିଛ କହିବା ଓ କରଜ ନେବା ଉଚିତ ନୁହେଁ । ଯଦି କେହି ଇଚ୍ଛାରେ ଖାଇବାକୁ ଦିଏ ତେବେ ତାହାକୁ ଗ୍ରହଣ କରିପାରିବେ । ସୋମବାର ବ୍ରତ ହେବା ଶ୍ରାବଣରେ ବ୍ରତରେ ନାସ୍ପାତି କେବେ ବି ଖାଇବା ଉଚିତ । କାରଣ ଏହା ନାଶ  ର କାରଣ ହୋଇଥାଏ । ଚକଟା ହୋଇ ରଖିଥିବା ଅଟା କୁ ଖାଇଲେ ବ୍ରତ ଭାଙ୍ଗିଯାଏ ।

ଶ୍ରାବଣ ମାସରେ ମହାଦେବଙ୍କ ମନ୍ଦିର କୁ ଜୋତା କି ଚପଲ ପିନ୍ଧିକି ଯାଆନ୍ତୁ ନାହିଁ । ମାସିକ ଧର୍ମ ସମୟରେ ମହିଳା ମାନେ ମନ୍ଦିର ଯିବା ଉଚିତ ନୁହେଁ । ଶିବଲିଙ୍ଗରେ ସବୁବେଳେ ଜଳ ଧାରା ପ୍ରବାହୀତ କରିବା ଦ୍ଵାରା ମହାଦେବ ସାନ୍ତ ରହିଥାନ୍ତି । ଶିବଲିଙ୍ଗରେ ତୁଳସୀ ପତ୍ର ବା ଖଣ୍ଡିତ ବେଲପତ୍ର ଚଢାଇବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button