ଦେଶ- ବିଦେଶ
ସୌନ୍ଦର୍ଯ୍ୟ ବୁଡ଼ାଇଲା ବେପାର!: କୁମ୍ଭମେଳା ଛାଡିବାକୁ ବାଧ୍ୟ ହେଲେ ଭାଇରାଲ ଗର୍ଲ ମୋନାଲିସା

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁଡ଼ ପକାଇବା ପାଇଁ କୋଟି କୋଟି ଲୋକ ଆସୁଛନ୍ତି। ମେଳାର ବହୁ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ସାମ୍ନାକୁ ଆସୁଛି। ନିକଟରେ ରୁଦ୍ରାକ୍ଷ ବିକ୍ରି କରୁଥିବା ଜଣେ ଝିଅ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ।
ସୂଚନାନୁସାରେ, ଏହି ଝିଅ ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ମୋନାଲିସା ନାମକ ଏହି ଝିଅଙ୍କର ଭିଡିଓ ଭାଇରାଲ ହେବାର କାରଣ ହେଉଛି ତାଙ୍କର ସୁନ୍ଦର ଆଖି। ଭାଇରାଲ ଗର୍ଲ ମୋନାଲିସାଙ୍କ ସୌନ୍ଦର୍ଯ୍ୟ ଏବେ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ତାଙ୍କ ବେପାର ବୁଡ଼ି ଯାଇଛି। ଶେଷରେ ଭାଇରାଲ ଗର୍ଲ ମୋନାଲିସା କୁମ୍ଭମେଳା ଛାଡିବାକୁ ବାଧ୍ୟ ହୋଇଛନ୍ତି।
ମହାକୁମ୍ଭରେ ସବୁଠାରୁ ସୁନ୍ଦର ସାଧ୍ବୀଙ୍କ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ମଧ୍ୟପ୍ରଦେଶର ମୋନାଲିସା ତାଙ୍କ ସୌନ୍ଦର୍ଯ୍ୟ ଯୋଗୁ ଖବରରେ ଥିଲେ।




