ରାଜ୍ୟ
ମହାପ୍ରଭୁଙ୍କୁରୂପା ଶଙ୍ଖ ଦାନ କଲେ ଭକ୍ତ

ମହାପ୍ରଭୁଙ୍କୁ ଦାନ କଲେ ରୂପା ଶଙ୍ଖ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୂପା ଶଙ୍ଖ ଦାନ କଲେ ଭକ୍ତ । ୨ କେଜି ଓଜନ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ରୂପା ଶଙ୍ଖକୁ ସମ୍ବଲପୁରରୁ ଆସିଥିବା ଭକ୍ତ ନଳିନୀ ପ୍ରଭା ଦାସ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି। ଆଉ ଦଇତାପତି ସେବାୟତଙ୍କ ଜରିଆରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଏହି ଶଙ୍ଖ ଟି ହସ୍ତାନ୍ତର କରାଯାଇଛି। ମନରେ ମାନସିକ ଥିଲା ଆଉ ସେବେଠାରୁ କଟକରେ କୁଶଳୀ କାରିଗରଙ୍କ ଦ୍ଵାରା ଅତି ନିଖୁଣ କାରୁକାର୍ଯ୍ୟରେ ରୂପାର ଶଙ୍ଖ ତିଆରି କରି ଜଗନ୍ନାଥଙ୍କୁ ଦେବାକୁ ସ୍ଥିର କରିଥିଲେ। ଆଉ ସୋମବାର ସପରିବାର ଆସି ସେହି ଶଙ୍ଖ ଦାନ କରିଛନ୍ତି। ମହାପ୍ରଭୁ ସୁବର୍ଣ୍ଣ ବେଶରେ ଏହି ଶଙ୍ଖକୁ ଧାରଣ କରିଥିବାରୁ ସେହି ଉଦ୍ଦେଶ୍ୟରେ ଏହି ରୂପା ଶଙ୍ଖଟି ଦାନ କରିଛନ୍ତି। ତେଣୁ ମନରେ ଅନେକ ଖୁସି ରହିଛି ମହାପ୍ରଭୁ କେବଳ ଗୋଟିଏ ଥର ସେହି ଶଙ୍ଖକୁ ଧାରଣ କରିଦେଲେ ଆତ୍ମା ତୃପ୍ତି ହୋଇଯିବ ବୋଲି ଭକ୍ତ ଜଣକ କହିଛନ୍ତି ।


