ରାଜ୍ୟ

ଆଗକୁ ଆସୁଛି ମକର ମେଳା

ପାଖେଇ ଆସିଲାଣି ବେଗୁନିଆ ବ୍ଲକ ଅଟ୍ରିର ପ୍ରସିଦ୍ଧ ମକର ମେଳା। ହେଲେ କେମିତି ହେବ ମକର ମେଳା ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ? ଦୋକାନ ବଜାର ପାଇଁ ନାହିଁ ସୁବିଧା । ସେପଟେ ଆଶା ଆଶଙ୍କାରେ ମହୋତ୍ସବ। ଆଉ ଏହାରି ଭିତରେ ପ୍ରସ୍ତୁତିରେ ଲାଗି ପଡିଛି କମିଟି।  ସେପଟେ ବିଲ ଗୁଡିକରେ ଜମି ରହିଛି ପାଣି। ପଚି ସଢ଼ି ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଆଉ କିଛି ଦିନ ପରେ ଏହି ଜାଗାରେ ଅନୁଷ୍ଠିତ ହେବ ବେଗୁନିଆ ବ୍ଲକର ପ୍ରସିଦ୍ଧ ମକର ମେଳା। ବ୍ୟବସାୟୀ ଆସୁଛନ୍ତି ଆଉ ଏଠିକାର ପରିବେଶ ଦେଖି ନିରାଶ ହୋଇ ଫେରିଯାଉଛନ୍ତି । ବିଲ ଗୁଡ଼ିକରେ ଜମି ରହିଥିବା ପାଣି ନିଷ୍କାସନରେ ଲାଗିପଡିଛନ୍ତି ସ୍ଥାନୀୟ ଲୋକେ।  ହେଲେ ପାଣି ନିଷ୍କାସନ ହେଉ ନାହିଁ କି ଜମି ଗୁଡିକ ଶୁଖୁନାହିଁ। ସେପଟେ ମହୋତ୍ସବ ପାଇଁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଛି।

ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ଅବସରରେ ଏଠାରେ ଅନୁଷ୍ଠିତ ହୁଏ ମକର ମେଳା। ଏଥିସହିତ ଗତ କିଛି  ବର୍ଷ ହେବ ଏଠାରେ ଅନୁଷ୍ଠିତ ହୋଇଆସୁଛି ଅଟ୍ରି ମହୋତ୍ସବ। ଏହି ମକର ସଂକ୍ରାନ୍ତି ଦିନ ଏଠାକାର ପ୍ରସିଦ୍ଧ ବାବା ହାଟକେଶ୍ୱର ମହାଦେବଙ୍କ ଦର୍ଶନ ସହିତ ପୁତ୍ର ପାଇଁ ମାନସିକ ରଖି ଦୂରଦୂରାନ୍ତରୁ ଆସିଥାନ୍ତି ବହୁ ଶ୍ରଦ୍ଧାଳୁ। ମାନସିକ ପୂରଣ ସହିତ ମେଳା ବୁଲି ବେଶ ମନୋରଞ୍ଜନ କରିଥାନ୍ତି ଲୋକେ। ହେଲେ ଚଳିତ ବର୍ଷ ତାହା ଫିକା ପଡ଼ିବାକୁ ଯାଉଛି। ଗତ ଲଘୁଚାପ ବର୍ଷାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏବେ ଦୋକାନ ବଜାର ପାଇଁ  ବିଲ ଗୁଡିକରେ ପାଣି ଶୁଖୁନି। ଯାହାଫଳରେ ବ୍ୟବସାୟୀ ନିରାଶ ହୋଇ ଫେରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button