ରାଜ୍ୟ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଏସିଏଫଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଏସିଏଫ୍ ରେବତୀ ରମଣ ଯୋଶୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନ ଓ କାର୍ଯ୍ୟଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ କରୁଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଶକ୍ତି ଉପରେ ୩ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ, ଚଢ଼ାଉ ହେଉଛି।

ସମ୍ବଲପୁର ଏବଂ ବରଗଡ଼ର ନିମ୍ନ ସ୍ଥାନଗୁଡ଼ିକରେ ଚଢ଼ାଉ ହେଉଛି। ଏସିଏଫ୍ ରେବତୀ ରମଣ ଯୋଶୀଙ୍କର ସମ୍ବଲପୁରର ହରିଣ ପାର୍କ ନିକଟରେ ଥିବା ସରକାରୀ କ୍ୱାର୍ଟର୍, ସମ୍ବଲପୁରରେ ଶ୍ରୀ ଯୋଶୀଙ୍କ ଅଫିସ୍ ଚାମ୍ବର, ସମ୍ବଲପୁରର ଅଇଁଠାପାଲିରେ ଥିବା ତିନିମହଲା କୋଠା, ସମ୍ବଲପୁରର ଗୀର୍ଜା ଚକ୍ ନିକଟରେ ଫ୍ଲାଟ ନମ୍ବର ଜି-୫, ଫ୍ଲାଟ ନମ୍ବର ଜି -୬, କହ୍ନେୟା ବ୍ଲକ, ବ୍ରିଜଡାମ ହାଉସିଂ ସୋସାଇଟି, ସମ୍ବଲପୁର,ଫ୍ଲାଟ ନମ୍ବର ଏ-୪୦୬, ସିଟି ପ୍ରାଇଡ୍ ଆପାର୍ଟମେଣ୍ଟ ବିଲଡିଂ, ଫାର୍ମ ରୋଡ୍, ସମ୍ବଲପୁର ,ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ସମ୍ବଲପୁରର ମାଲିପାଲିରେ ଏକ ମହଲା ବ୍ୟବସାୟିକ କୋଠା, ବରଗଡ଼ ଜିଲ୍ଲା ପଦ୍ମପୁରରେ ଥିବା ଏକ ମହଲା କୋଠା ଓ ବରଗଡ଼ର ବିଜେପୁର ବଲଣ୍ଡାରେ ଶ୍ରୀ ଯୋଶୀଙ୍କ ପୈତୃକ ଘର | ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button