ରାଜ୍ୟ

ହାରିବାର କାରଣ କହିଲେ ନବୀନ: ବିଜେପିର ମିଛ ଗପକୁ ମୁକାବିଲା କରିପାରିଲୁନି

ଭୁବନେଶ୍ବ: ‘ବହୁତ ଲୋକଙ୍କ ମନରେ ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ? ଆମେ ହାରି ନାହୁଁ। ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠାରୁ କମ୍‌ ଭୋଟ୍‌ ପାଇଛି। ଆମର ଭୁଲ୍‌ ହେଲା, ଆମେ ସେମାନଙ୍କ ମିଛର ଠିକ୍‌ ଭାବରେ କାଉଣ୍ଟର କରି ପାରିଲୁ ନାହିଁ। ସେମାନଙ୍କ ନକାରାତ୍ମକ ପ୍ରଚାର ଓ ସାମାଜିକ ଗଣମାଧ୍ୟମରେ ମିଛ ବାଖ୍ୟାନର ଠିକ୍‌ ଭାବରେ ମୁକାବିଲା କରିପାରିଲୁ ନାହିଁ।’ ଳ ପରାଜିତ ହେବାର ୬ ମାସ ପରେ ଦଳୀୟ ନେତାଙ୍କୁ ଏଭଳି କାରଣ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଜି ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ବିଜେଡି ପ୍ରତିଷ୍ଠା ଦିସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରି କହିଲେ, ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡ଼ିଶାବାସୀଙ୍କୁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ ବୃଦ୍ଧି। ଡାଲି ଚାଉଳଠାରୁ ଆରମ୍ଭ କରି ତେଲ ଓ ପନିପରିବା ଆଦି ସବୁ ଦର ଆଜି ଆକାଶ ଛୁଆଁ। ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିସନ ଶକ୍ତି ମା’ମାନେ ଦୁଃଖରେ ଅଛନ୍ତି। ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ?

ବିଜେପିର ମିଛ ଗପକୁ ମୁକାବିଲା କରିପାରିଲୁନି
ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି
ହାରିଛୁ, ‌କିନ୍ତୁ ଲୋକଙ୍କ ବିଶ୍ବାସ ହରାଇନୁ

ଶ୍ରୀ ପଟ୍ଟନାୟକ ଦଳର କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇଥିଲେ। ନବୀନ କହିଲେ, ‘୧୯୯୭ ଆଜିର ଦିନରେ ବିଜେଡି ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜେଡି ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ। କିଛି ଲୋକ କହୁଥିଲେ, ଏ ଦଳ ଆଗକୁ ବଢି ପାରିବ ନାହିଁ କି ସଫଳ ହେବ ନାହିଁ। ଆଉ ମତେ ମଧ୍ୟ କହୁ ଥିଲେ, ମୁଁ ରାଜନୀତି ଜାଣେ ନାହିଁ। କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତିଛି। ମୁଁ ବ୍ୟକ୍ତିଗତ ଭାବରେ ଓଡ଼ିଶାବାସୀଙ୍କ ସେବା କରିବାର ସୌଭାଗ୍ୟ ପାଇଛି।

ନବୀନ ଆହୁରି କହିଛନ୍ତି ଯେ ଯେଉଁ ନିନ୍ଦୁକ କହୁଛନ୍ତି ବିଜେଡି ଭବିଷ୍ୟତ ନାହିଁ, ସେମାନଙ୍କୁ ମୁଁ ଦୃଢତାର ସହ କହିବାକୁ ଚାହେ, ବିଜେଡି ଉଜ୍ଜଳ ଭବିଷ୍ୟତ ରହିଛି। ଓଡିଶାବାସୀଙ୍କ ଭାବାବେଗ ସହ ବିଜେଡି ଓ ଶଙ୍ଖ ଚିହ୍ନ ଯୋଡ଼ି ହୋଇ ରହିଛି। ଓଡ଼ିଶାର ପରିଚୟକୁ ଉଜ୍ଜଳ କରିଛି ବିଜେଡି। ଓଡ଼ିଶାର ହକ୍‌ ପାଇଁ ଲଢୁଛି ଓ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ। ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଛି ବିଜେଡି ଓ ଶଙ୍ଖ ଚିହ୍ନ। ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡ଼ିଶାବାସୀଙ୍କ ସେବା କରି ଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ନବୀନ। ସେ କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢେଇ ଜାରି ରହିବ। ଆଜି ଓଡ଼ିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇଭଉଣୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହି ବିଜେପିର ମିଛ ବାଖ୍ୟାନର ଉଚିତ୍‌ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ମନ୍ମଥ ରାଉତରାୟ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ଦଳର ଛାମୁଆ ନେତା ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button