ରାଜ୍ୟ

ସାଧାରଣଙ୍କ ଅଭିଯୋଗପତ୍ର ଓ ସରକାରୀ ଦସ୍ତାବିଜକୁ ଫୋପାଡି ଦିଆଯାଇଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ ସାଧାରଣଙ୍କ ସେବା ଓ ବିଭିନ୍ନ ବିକାଶରୁ ଦୁରେଇ ରହିଥିବା ଏକ ଅନୁଧ୍ୟାନରୁ ଜଣା ପଡିଛି. ବ୍ଲକ ଅଞ୍ଚଳର ଲୋକମାନଙ୍କ ବିଭିନ୍ନ ଅଭାବ ଅସୁବିଧା ଓ ବହୁ ସମସ୍ୟାର ସମାଧାନ ପାଇଁ ଲୋକେ ବ୍ଲକରେ ଦେଇଥିବା ହଜାର ହଜାର ଅଭିଯୋଗପତ୍ର ସହ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଦସ୍ତାବିଜ ଗୁଡିକୁ ବ୍ଲକ ଅଫିସ ପଛପଟେ ଫୋପାଡ଼ି ଦିଆଯାଇଛି.

ଏନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆର. ଉଦୟଗିରି ବ୍ଲକର କାର୍ଯ୍ୟଧାରା କାହା ସ୍ୱାର୍ଥରେ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି. ଘଟଣା ନେଇ ଗଜପତି ଜିଲ୍ଲାରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି. ଏଥିସହ ଜନ ସାଧାରଣ ଆହୁରି ଅଭିଯୋଗ କରିଛନ୍ତି ଯେ, ସ୍ୱଚ୍ଛ ଭାରତ ମିଶନ ପାଇଁ ସରକାର ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି।

ପରିବେଶକୁ ସଫାସୁତୁରା ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଇଛି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହାର ତଦାରଖ ଠିକ୍ ଭାବରେ ହୋଇପାରୁନାହିଁ। ତେଣୁ, ଆର.

ଉଦୟଗିରି ବ୍ଲକ୍ ରେ ଏହି ଯୋଜନା ଏକ ପ୍ରକାର ବାଟ ହୁଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସ୍ୱଚ୍ଛ ଭାରତ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଜୋରସୋରରେ ପ୍ରଚାର ଓ ପ୍ରସାର ହେଉଛି। ଏହି ବ୍ଲକ୍ ରେ କେବଳ କାଗଜ କଲମରେ ଏବଂ ପ୍ରଚାର ପ୍ରସାରରେ ଏହା ସୀମିତ ରହୁଥିବା ଅନୁମାନ କରାଯାଉଛି। ସ୍ଥାନୀୟ ବ୍ଲକ୍ ପ୍ରଶାସନ ଅଧିକାରୀଙ୍କ ତଳିଆ କର୍ମଚାରୀ ମାନଙ୍କ ଦାୟିତ୍ୱ ହୀନତା, ଅବହେଳା ଯୋଗୁଁ ଅସୁରକ୍ଷିତ ଭାବରେ ପଡ଼ି ରହିଛି ଲୋକଙ୍କ ଅଭିଯୋଗ ପତ୍ର ଦସ୍ତାବିଜ ଗୁଡ଼ିକ ଖୋଲା ଆକାଶ ତଳେ ବ୍ଲକ୍ କାର୍ଯ୍ୟାଳୟ ପଛ ପଟେ ପଡ଼ି ରହିଛି।

ଆର. ଉଦୟଗିରି ବ୍ଲକ୍ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ଏପରି ଖାମ ଖିଆଲ ନୀତି ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତା ନାରାକୁ ବେଖାତିର କରୁଛନ୍ତି ରା.ଉଦୟଗିରି ବ୍ଲକର ତଳିଆ ସରକାରୀ କର୍ମଚାରୀ । ସ୍ୱଚ୍ଛତା ପ୍ରତି ସରକାରୀ କର୍ମଚାରୀ ମାନଙ୍କ ଆନ୍ତରିକତାର ଅଭାବ ଦାୟିତ୍ବ ହୀନତା ହେତୁ ଏହି ଅଭିଯାନ ଫଳପ୍ରଦ ହୋଇପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button