ରାଜ୍ୟ

ହିଣ୍ଡାଲ୍‌କୋକୁ ୫୩ କୋଟିର ନୋଟିସ୍

ଭୁବନେଶ୍ବର: ଶିଳ୍ପପତି କୁମାର ମଙ୍ଗଳମ୍ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପ୍‌ର କମ୍ପାନି ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌କୁ ‌ରାଉରକେଲାର କେନ୍ଦ୍ରୀୟ ସାମଗ୍ରୀ ଓ ସେବା ଟିକସ କମିସନରଙ୍କ କାର୍ଯ୍ୟାଳୟ ପ୍ରାୟ ୫୩ କୋଟି ଟଙ୍କାର ନୋଟିସ୍ ପଠାଇଛନ୍ତି। ରାଜ୍ୟ ସରକାରଙ୍କୁ କମ୍ପାନି ପକ୍ଷରୁ ଦିଆଯାଇଥିବା ଜଳ ଶୁଳ୍କରେ ରିଭର୍ସ ଚାର୍ଜ ଅଧୀନରେ ଏହି ଟିକସ ନୋଟିସ୍ ଜାରି କରାଯାଇଛି। ଏହା ଉପରେ ଟିକସ ଓ ଜରିମାନା ଆକାରରେ ୫୨,୬୬,୫୮,୫୦୮ ଟଙ୍କା ଦେବା ଲାଗି କମ୍ପାନିକୁ କୁହାଯାଇଛି। ଇମେଲ୍‌ରେ କମ୍ପାନି ପାଖକୁ ଟିକସ ନୋଟିସ୍ ପଠାଯାଇଥିବା ଜଣାପଡ଼ିଛି।

ଏହି ନୋଟିସ୍ ସମ୍ପର୍କରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ କମ୍ପାନିର ଆର୍ଥିକ, ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଏକ ବହୁତ ଭଲ ମାମଲା ହୋଇଥିବାରୁ କମ୍ପାନି ଏହା ବିରୋଧରେ ଅପିଲ୍ କରିବା ଉପରେ ବିଚାର କରୁଛି। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ସମ୍ବଲପୁର ଜିଲ୍ଲା ହୀରାକୁଦରେ ଏକ ଏଫ୍‌ଆର୍‌ପି କାରଖାନା ରହିଛି। ହୀରାକୁଦ ଏଫ୍‌ଆର୍‌ପି କାରଖାନାରେ ହିଣ୍ଡାଲ୍‌କୋର ୨୨ ପ୍ରତିଶତ ରୋଲ୍‌ଡ ଉତ୍ପାଦ ଉତ୍ପାଦନ ହେଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button