ରାଜ୍ୟ

ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ମୋଡ଼ି ଦେଲା ଅଦିନିଆ ବର୍ଷା

ଘୁ.ଉଦୟଗିରି: ଚଳିତ ମାସରେ ବାରମ୍ବାର ଅଦିନିଆ ବର୍ଷା ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ବିଶେଷ କରି ଏବେ ଲଗାତାର ଦୁଇଟି ଲଗାଣ ବର୍ଷାରେ କ୍ଷେତରେ ଧାନ ସହିତ ବ୍ଯାପକ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଅମଳ ସମୟରେ ଅଦିନିଆ ବର୍ଷା ଫଳରେ ସବୁଠି ଭିଜିଛି ଧାନ। କାହାର ଧାନ ଅଧା କଟା ହୋଇଥିବା ବେଳେ କାହାର କଟା ହୋଇନି। କାହାର ରାସ୍ତାକଡରେ ପଡିଛି ତ ଆଉ କାହାର ଧାନ ବିଲରେ ଭିଜୁଛି।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ବଇରୀ ବର୍ଷା: ପୁଷ ମାସରେ ସର୍ବନାଶ, ବିଲରେ ଗଜା ଫିଟିଲା ପାଚିଲା ଧାନ

ମାସ ସାରା ଲଗାଣ ବର୍ଷା ଫଳରେ ଏବେ ବ୍ଯାପକ କ୍ଷୟକ୍ଷତି ଆଡକୁ ଯାଉଛି। ଧାନ ଗଜା ହେବାକୁ ଯାଉଥିବା ବେଳେ ବିନ, ମଟର, ଫୁଲକୋବି, ବିଲାତି, ବନ୍ଧାକୋବି, ବାଇଗଣ ଫସଲ ବ୍ଯାପକ ନଷ୍ଟ ହୋଇଯାଇଛି। ତେଣୁ ଜମି ପାଣି କାଟି ଦେଇ ସୁଖିଲା ଧାନକୁ ଘୋଡେଇ ରଖିବା ସହିତ ପନିପରିବା ଚାରା ଉପରେ ପାଳ ଘୋଡେଇ ରଖିବାକୁ ସତର୍କ କରିଛି କୃଷି ବିଭାଗ। ଫୁଲ କୋବି, ଟମାଟ ଆଦିକୁ ତୋଳି ଆଣିବାକୁ ପରାମର୍ଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଭିଜୁଛି ଧାନ, କାନ୍ଦୁଛି ଚାଷୀ; ନଷ୍ଟ ହୋଇଥିଲେ କିଣିବୁନି: ମନ୍ତ୍ରୀ

ଏକର ଏକର ଜମିରେ ଏମିତି ଅବସ୍ଥା। ଆଗକୁ ମଣ୍ଡି ଖୋଲିବାକୁ ଯାଉଛି। ଶୁଖିଲେ ମଧ୍ଯ ଧାନର ମାନ ଠିକ୍ ନଆସିବା ସନ୍ଦେହ କରିଛନ୍ତି ଚାଷୀ। ପୁଣି ବର୍ଷା ଆଗକୁ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଲାଣି।
ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା

ଏକର ଏକର ଜମିରେ ଏମିତି ଅବସ୍ଥା। ଆଗକୁ ମଣ୍ଡି ଖୋଲିବାକୁ ଯାଉଛି। ଶୁଖିଲେ ମଧ୍ଯ ଧାନର ମାନ ଠିକ୍ ନଆସିବା ସନ୍ଦେହ କରିଛନ୍ତି ଚାଷୀ। ପୁଣି ବର୍ଷା ଆଗକୁ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଲାଣି। ଏମିତିରେ ଚାଷୀ କଣ କରିବ କଣ ଖାଇବ ତାହାକୁ ନେଇ ଚିନ୍ତାରେ ଚାଷୀ। ଅଦିନିଆ ବର୍ଷା ଚାଷୀ ଅଣ୍ଟା ଭାଗିଂ ଦେବା ସହିତ ସବୁ ସ୍ୱପ୍ନ କୁ ଛାରଖାର କରି ଦେଇଛି। ଯଦି ଖରା ନହୁଏ ତାହା ହେଲେ ସବୁ ଧାନ ନଷ୍ଟ ହୋଇଯିବ ବୋଲି ଚାଷୀ ତଥା ଲ୍ଯାମ୍ପ ସମବାୟ ସମିତି ସଭାପତି ଜମେସ ଚନ୍ଦ୍ର ପ୍ରଧାନ କହିଛନ୍ତି। ଲଗାଣ ବର୍ଷା ସାଙ୍ଗକୁ କୋହଲା ପବନରେ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button