ରାଜ୍ୟ

ଗୋପ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କୁ ପ୍ରଶିକ୍ଷଣ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସମଗ୍ର ଶିକ୍ଷାର, ପୁରୀ ଆନୁକୂଲ୍ୟରେ ଗୋପ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟାପନାରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ଶୈକ୍ଷିକ ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କୋଣାର୍କ ନିକଟ ସାରଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରରେ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର, ସାରଡା ୟୁଜିୟୁପିଏସ କ୍ଲଷ୍ଟର, ଅଚ୍ୟୁତପୁର ୟୁଜିୟୁପିଏସ୍ କ୍ଲଷ୍ଟର ଓ କରମଙ୍ଗା ସିପିଏସ୍ କ୍ଲଷ୍ଟରର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୫୦ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଛନ୍ତି।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଧନକର୍ମୀ ଶିକ୍ଷକ ଦୁଃଶାସନ ଦଳାଇ, ପ୍ରଭାତ କୁମାର ସାହୁ, ଜିତେନ୍ଦ୍ରିୟ ମୁଦୁଲି ଓ ସାଧନକର୍ମୀ ତଥା ସିଆରସିସି ସ୍ମୃତିରେଖା ବରାଳ ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷକ ନେତୃତ୍ୱ, ଅନ୍ତର୍ନିଵେଶୀ ଶିକ୍ଷା, ଵସ୍ତାନୀଵିହୀନ ପାଠପଢ଼ା, ମାସିକ ପାଠ୍ୟ ଖସଡ଼ା ଯୋଜନା, ଵର୍ଣ୍ଣାଳୀ, ୟୁ-ଡାଇସ୍, ଜାତୀୟ ଉପଲବ୍ଧି ସର୍ବେକ୍ଷଣ, ଶ୍ରେଣୀ ଶିକ୍ଷାଦାନରେ ଟାଵଲେଟର ବ୍ୟବହାର, ସାଇଵର୍ ସୁରକ୍ଷା, ସାମାଜିକ ଗଣମାଧ୍ୟମର ସଦୁପଯୋଗ ଓ ବିଦ୍ୟାଳୟ ନିରାପତ୍ତା ସୁରକ୍ଷା ଵ୍ୟଵସ୍ଥା ପ୍ରସଙ୍ଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗୋପ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବେଣୁଧର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ପରିଦର୍ଶନ କରିଵା ସହିତ ପ୍ରଶିକ୍ଷଣ ଶିବିରର ସଫଳତା ଅନୁଧ୍ୟାନ କରିଥିଲେ। ଗୋପ ଏଵିଇଓ ବିନୋଦିନୀ ମହାପାତ୍ର, ଏଵିଇଓ ପୁଷ୍ପମିତ୍ରା ମିଶ୍ର, ଏଵିଇଓ ଅଶୋକ କୁମାର ବେହେରା, ଅଚ୍ୟୁତପୁର ସିଆରସିସି ସମରେନ୍ଦ୍ର ସାମନ୍ତରାୟ ଓ ସାରଡା ୟୁଜିୟୁପିଏସ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ ପ୍ରଶିକ୍ଷଣ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଗୋପ ନିଗମାନନ୍ଦ ସରକାରୀ ହାଇସ୍କୁଲ ପରିସରରେ ଦୁଇଟି ପର୍ଯ୍ୟାୟରେ ୧୦୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଛନ୍ତି ଏବଂ ୪ଟି ଶିବିରରେ ୩୦୦ଜଣ ଉଚ୍ଚ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଵ୍ରହ୍ମା ପ୍ରକାଶ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button