ରାଜ୍ୟ

ଦେବନୀତି ଭିତରେ ମହିଳା ରାଜା ଦେଖନ୍ତୁ କେମିତି କର୍ତ୍ତବ୍ୟ ପରାୟଣ ହୋଇ ନିଜ ଦାୟିତ୍ୱ ସହ କରୁଛନ୍ତି ପ୍ରଭୁ ଙ୍କ ଛେରା ପହଁରା

ଆଜିକାଲି ସମାଜରେ ଯୁବତୀମାନେ ସବୁ କାମରେ ଆଗୁଆ ରହୁଥିବାର ଦେଖା ଯାଉଛି । ଖାଲି ଯୁବକମାନେ ଯେ ସବୁ କାମ କରିପାରିବେ ତାହା ନୁହେଁ ଏଥର ଯୁବତୀମାନେ ବି ଯୁବକମାନେ ଯାହା କରି ପାରୁନାହାନ୍ତି ସେଇ କାମ କରି ଦେଖଉଛନ୍ତି।

ଆମେ ଜାଣିଛେ ଯେ ମହାରାଷ୍ଟ୍ର ଝାନ୍ସିର ରାଣୀ ଲକ୍ଷ୍ମୀବାଈ ରାଜ୍ୟ ଚଳାଇଥିଲେ । ଏବେ ପୁଣି ଦେଖିବାକୁ ମିଳୁଛି ଜଣେ ଯୁବତୀ ରାଜକୁମାରୀ ରାଜାଙ୍କ କାର୍ଯ୍ୟ ତୁଲାଉଛନ୍ତି । କରୁଛନ୍ତି ଛେରାପହଁରା ଏବଂ ଠାକୁରଙ୍କ ନିତିକ୍ରାନ୍ତି ।

ଦେଖିବାକୁ ମିଳୁଛି ଯେ ଯୁବତୀ ରାଜକୁମାରୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରଥ ଉପରେ ବସିଛନ୍ତି । ରାଜାଙ୍କ ରାଜକୀୟ ଠାଣିରେ ମନ୍ତ୍ରୀ,କଟୁଆଳ,ସେନାପତି ଓ ପରିଷଦବର୍ଗଙ୍କ ସହିତ ରୂପାପାଲିଙ୍ଗିରେ ଯାଇ ରଥଉପରେ କରୁଛନ୍ତି ଠାକୁରଙ୍କ ପୂଜାଅର୍ଚ୍ଚନା ଆଉ ପବିତ୍ର ବାହୁଡା଼
ରଥଯାତ୍ରାରେ ନିଜ ବଡ଼ଠାକୁରଙ୍କ ସହ ରାଜାଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସୁଛନ୍ତି ଲୋକେ କିନ୍ତୁ ଏ ଦୁର୍ଶ୍ୟ ଦେଖିବାକୁ ଟିକେ ନିଆରା କାରଣ ରାଜା କହିଲେ ଯେଉଁ ଚେହେରା ଆମ ଆଖି ସାମ୍ନାକୁ ଆସିଥାଏ ।
ଏଠି ତାହା ସଂପୂର୍ଣ୍ଣ ଅଲଗା କାରଣ ଏଠି ରାଜା କୌଣସି ଯୁବକ ନୁହନ୍ତି ବରଂ ଜଣେ ଯୁବତୀ ରାଜକୁମାରୀ ଯିଏ କି ଧରାକୁଟଗଡରେ ଆଦୀ ସେବକ ଭାବରେ ଠାକୁରଙ୍କ ସେବାକାର୍ଯ୍ୟ କରୁଛନ୍ତି ।
ଯୁବତୀ ରାଜକୁମାରୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରଥ ଉପରେ ଛେରପହଁରା ବି କରନ୍ତି ବାହୁଡା଼ ବାସିଦିନ ତଥା ଏକାଦଶୀ ତିଥିରେ ହେଉଥିବା ବାହୁଡା଼ ଯାତ୍ରା ଓ
ସମସ୍ତଙ୍କର ପ୍ରିୟ ରାଜାଙ୍କୁ ଦର୍ଶନ କରିବାପାଇଁ ଚଉଦ କୋଷରୁ ଧାଇଁ ଆସନ୍ତି ଗଡକୁ ଭକ୍ତମାନେ।
 ରାଜା କିଶୋରଚନ୍ଦ୍ର ସିଂ ଦେଓଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ସନ୍ତାନ ନଥିବାରୁ ଦୁଇଝିଅଙ୍କ ମଧ୍ୟରୁ ତାଙ୍କର ବଡ଼ଝିଅ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଚଉଦ ବର୍ଷ ବୟସ ରେ ରାଜକୀୟ ଦାୟିତ୍ଵ ତୁଲେଇ ଆସୁଛନ୍ତି ।
ବାପା ଜେଜେବାପା ଯେମିତି ଜଗନ୍ନାଥଙ୍କ ଆଦୀୟ ସେବକ ଭାବେ ଦାୟିତ୍ଵ ତୁଲେଇ ଆସୁଥିଲେ । ତାଙ୍କପରି ଏହି ସୌଭାଗ୍ୟ ବଶତଃ ମତେ ଏହି ଦାୟିତ୍ବ ମିଳିଥିବରୁ ନିଜକୁ ମୁଁ ଧନ୍ୟ ମନେକରୁଛି ବୋଲି କୁହନ୍ତି ଯୁବତୀ ରାଜକୁମାରୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ।
ଛାତ୍ର ଜୀବନ ବେଳେ ମାତ୍ର ଚଉଦ ବର୍ଷ ବୟସରୁ ରାଜା ଦାୟିତ୍ୱ ତୁଲାଇ ଯୁବା ବୟସରେ ରାଜନୀତିରେ ପାଦଥାପି ଏବେ ସେ ଧରାକୁଟ୍ ବ୍ଲକ୍ ଅଧକ୍ଷା ଅଛନ୍ତି ତଥାପି ଏ ଯୁବତୀ ରାଜକୁମାରୀ ତାଙ୍କ ପାଇଁ ସୌଭାଗ୍ୟୟ ମନେକରି ଆଗକୁ ଏହି ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାକୁ ସଂକଳ୍ପ ନେଇଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button