ଦେଶ- ବିଦେଶ

ମୋଦୀଙ୍କୁ କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ: ‘ଅର୍ଡର ଅଫ୍ ମୁବାରକ ଦି ଗ୍ରେଟ୍’ ରେ ସମ୍ମାନିତ କରାଗଲା

କୁଏତ ସିଟି: ଦୁଇଦିନିଆ କୁଏତ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୁଏତର ଅମୀର ଶେଖ୍ ମଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବା କୁଏତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅର୍ଡର ଅଫ୍ ମୁବାରକ୍ ଦ ଗ୍ରେଟ୍’ ପ୍ରଦାନ କରିଛନ୍ତି। କୁଏତ ଏବଂ ଭାରତ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଥିବା ବେଳେ ଏହି ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୁଏତ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛି ବାଣିଜ୍ୟ । ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଲୋକ ସଂପର୍କ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧିର ମୁଖ୍ୟ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମର ଦ୍ୱିପାକ୍ଷିକ ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଶକ୍ତି କ୍ଷେତ୍ରରେ ଆମର ଭାଗିଦାରୀ ଦ୍ୱିପାକ୍ଷିକ ସଂପର୍କକୁ ନୂଆ ସ୍ତରରେ ପହଞ୍ଚାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button