ଦେଶ- ବିଦେଶ

ହୁତି ବିଦ୍ରୋହୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ: ଅସ୍ତ୍ରଭଣ୍ଡାର, କମାଣ୍ଡ୍‌ ସେଣ୍ଟର୍‌ ଧ୍ବସ୍ତ

ତେଲ୍‌ ଅବିବ୍‌: ଇରାନର ସମର୍ଥିତ ହୁତି ଆତଙ୍କବାଦୀମାନେ ୟେମେନରୁ ଇସ୍ରାଏଲର ରାଜଧାନୀ ତେଲ୍‌ ଅବିବ୍‌ ଉପରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଏହାର କଡ଼ା ଜବାବ ଦେଇଛି ଇସ୍ରାଏଲ। ଆମେରିକା ମଧ୍ୟ ସମାନ୍ତରାଳ ଭାବେ ପ୍ରଚଣ୍ଡ ଆକ୍ରମଣ କରି ୟେମେନରେ ଆତଙ୍କୀ ଆଡ଼ା ଧ୍ବସ୍ତ କରିଥିବା ରିପୋର୍ଟ ମଳିଛି । ଇସ୍ରାଏଲ ସେନାର ସୂଚନା ଅନୁଯାୟୀ ୟେମେନରୁ ନିକ୍ଷେପ କରାଯାଇଥିବା ଏକ କ୍ଷେପଣାସ୍ତ୍ର ଯୋଗୁଁ ତେଲ୍‌ ଅବିବ୍‌ରେ କେତେକ ଆବାସିକ କୋଠା କ୍ଷତିଗ୍ରସ୍ତ ହେବା ସହ ଅତିକମ୍‌ରେ ୧୬ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଆକ୍ରମଣ ଯୋଗୁଁ କେନ୍ଦ୍ରୀୟ ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବା ସହ ହଜାର ହଜାର ବାସିନ୍ଦାଙ୍କୁ ବୋମା ଆଶ୍ରୟସ୍ଥଳୀ ଭିତରକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କ୍ଷେପଣାସ୍ତ୍ର ରାତି ଅଧରେ ତେଲ୍‌ ଅବିବ୍‌ର ଏକ ଖେଳ ପଡ଼ିଆରେ ପଡ଼ିଥିଲା। ଏହାର ଜବାବରେ ଗତରାତିରୁ ଇସ୍ରାଏଲ ଓ ଆମେରିକା ହୁତି ବିଦ୍ରୋହୀଙ୍କ ଆଡ଼ା ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛନ୍ତି। ବୋମାମାଡ଼ରେ ହୁତି ବିଦ୍ରୋହୀଙ୍କ ଏକ ପ୍ରମୁଖ କମାଣ୍ଡ ସେଣ୍ଟର, ଅସ୍ତ୍ର ଭଣ୍ଡାର ଓ କେତେକ ସ୍ଥାୟୀ ଶିବିର ଧ୍ବଂସ ହୋଇଯାଇଛି। ମୃତାହତଙ୍କ ସଂପର୍କରେ କୌଣସି ସୂଚନା ସାର୍ବଜନୀନ ହୋଇନାହିଁ। ଇସ୍ରାଏଲ ସେନା କହିଛି ଯେ ୟେମେନରେ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ଏବଂ ହୁତି ବିଦ୍ରୋହୀଙ୍କୁ ମୂଳପୋଛ କରାଯିବ। ଉତ୍ତର-ପଶ୍ଚିମ ୟେମେନର କିଛି ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ଇସ୍ରାଏଲ ଉପରେ ହୁଥି ବିଦ୍ରୋହୀମାନେ ଲଗାତାର ଆକ୍ରମଣ କରୁଛନ୍ତି। ଆଜି ମଧ୍ୟ ହୁତି ବିଦ୍ରୋହୀମାନେ ଇସ୍ରାଏଲ ଉପ‌ରକୁ ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରିଥିବା ବେଳେ ଏହାକୁ ଆମେରିକା ଲୋହିତ ସାଗରରେ ନଷ୍ଟ କରିଦେବାକୁ ସକ୍ଷମ ହୋଇଛି। ଇସ୍ରାଏଲ ଉପରେ ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇବା ପାଇଁ ହୁତିମାନେ ଲୋହିତ ସାଗର ଦେଇ ଯାଉଥିବା ମାଲବାହୀ ଜାହାଜ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ଏହାକୁ ଅନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯିବା ସହ ସେମାନଙ୍କ ବିରୋଧରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରମାନଙ୍କ ଏୟାର ଷ୍ଟ୍ରାଇକ୍ ଅଭିଯାନ ଆରମ୍ଭ ହୋଇଛି। ଆମେରିକା ସେନା ବହୁସଂଖ୍ୟାରେ ହୁତି ଆଟାକ୍ ଡ୍ରୋନ୍ ଏବଂ ଜାହାଜ ବିଧ୍ବଂସୀ କ୍ରୁଜ୍ କ୍ଷେପଣାସ୍ତ୍ରକୁ ମଧ୍ୟ ଖସାଇ ଦେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button