ରାଜ୍ୟ

ଅର୍ଥ ଥାଇ ଖର୍ଚ୍ଚ କରିବାରେ ଅସମର୍ଥ କାହିଁକି?

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରର ଜୀବନରେଖା ବଜାର ବନ୍ଧ ଆଜି ପରିତ୍ୟକ୍ତ ଅବସ୍ଥାରେ। ପୁରା ସହରବାସୀ ବଜାରବନ୍ଧ ଉପରେ ନିର୍ଭର କରୁଥିବା ବେଳେ ସଂପୂର୍ଣ୍ଣ ହୋଇ ପାରୁନି ପୁନରୁଦ୍ଧାର କାର୍ଯ୍ୟ। ଫଳରେ ଏହା ଦିନକୁ ଦିନ ଅପରିଷ୍କାର ହେଉଥିବା ବେଳେ ପରିଶ୍ରାଗାରରେ ପରିଣତ ହେଲାଣି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସ୍ନାନ କରୁଥିବା ବେଳେ ଦଶ ତୋଠ କାମ, ସବ ସଂସ୍କାର ପରେ ସଂସ୍କାର ହେବା, ଶ୍ରାଧ, ତର୍ପଣ, କାର୍ତ୍ତିକ ମାସରେ କାର୍ତ୍ତିକ ସ୍ନାନ ସହିତ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସାଣ, ଡିସେମ୍ବର ମାସରେ ଖ୍ରୀଷ୍ଟଧର୍ମାଲମ୍ବୀମାନଙ୍କ ଡୁବନ କାର୍ଯ୍ୟକ୍ରମ ଆଦି ପ୍ରମୁଖ କାଯ୍ଯରେ ବଜାର ବନ୍ଧର ବଡ ଭୂମିକା ରହୁଥିବା ବେଳେ, ଏବେ ନର୍ଦମା କୁଣ୍ଡରେ ପରିଣତ ହୋଇଛି।

ଏହି ଖବର ପଢ଼ନ୍ତୁ: ବାପା ଓ ମା’ ଶୋଇପଡ଼ିବା ପରେ ଜୀବନ ହାରିଦେଲେ ଡାକ୍ତରୀ ଛାତ୍ରୀ

ବିଶେଷ କରି ୧୩ଦିନିଆ ଦଣ୍ଡ ଯାତ୍ରା ସମୟରେ ଠାକୁରଙ୍କ ସ୍ନାନ ରିତିନୀତି ହୋଇଥାଏ। ଏହାକୁ ନେଇ ପୂରା ସହର ଉତ୍ସବ ମୁଖର ରହୁଥିବା ବେଳେ ଗତ କିଛି ବର୍ଷ ହେଲା ଏହି ପୋଖରୀ ବ୍ଯବହାର ଉପଯୋଗୀ ହୋଇନପାରିବା କାରଣରୁ ନଦୀନାଳରେ ସ୍ନାନ କରିଥାନ୍ତି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବା ବେଳେ ପ୍ରତି ବର୍ଷ ଦଣ୍ଡଯାତ୍ରା ପରିଚାଳନା କମିଟି ତରଫରୁ କାଯ୍ଯ ସଂପୂର୍ଣ୍ଣ କରିବାକୁ ଅନୁରୋଧ କରାଯାଉଥିଲେ ମଧ୍ଯ ସଂପୂର୍ଣ୍ଣ ହୋଇ ପାରୁନି।

ଏହି ଖବର ପଢ଼ନ୍ତୁ: ଅଟୋ ଚାଳକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଚଳିତ ବର୍ଷ ପୋଖରୀ ଠାକୁରଙ୍କ ସ୍ନାନ ରିତିନୀତି ହୋଇ ପାରିବ କି ନାହିଁ ସଂନ୍ଦେହ ପ୍ରକାଶ ପାଇଛି। କାରଣ ପାଖାପାଖି ୧୮ ଲକ୍ଷ ଟଙ୍କା ରେ ଆମ ପୋଖରୀ, ମୁଖ୍ଯମନ୍ତ୍ରୀ କର୍ମ ତତ୍ପର ଅଭିଯାନରେ ପୁନରୁଦ୍ଧାର କାଯ୍ଯ ଆରମ୍ଭ ହୋଇଥିଲେ ମଧ୍ଯ ଆଜି ପଯ୍ର୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନି।
ଏହି ଖବର ପଢ଼ନ୍ତୁ: ହାଇବ୍ରିଡ ମଡେଲ ସହମତି ନେଇ ପିସିବିରେ କନ୍ଦଳ

ଅର୍ଥ ଥାଇ ଖର୍ଚ୍ଚ ହୋଇ ନପାରିବା ପରିତାପର ବିଷୟ।ଅପାରଗତାର ପରିଚୟ।ମୁକ୍ତା ଯୋଜନାରେ ସାହି-ଗଳି-କନ୍ଦିରେ ପାର୍କ ନିର୍ମାଣ ହେଲା, ଗଳି କନ୍ଦିରେ ରାସ୍ତା ଉପରେ ରାସ୍ତା ନିର୍ମାଣ ହେଲା ଭଲ ସିସି ରାସ୍ତା ଉପରେ ପେଭର ବ୍ଲକ ପଡ଼ିଲା, କୋଟିକୋଟି ବ୍ୟୟ ହେଲା ହେଲେ ସହରବାସୀଙ୍କ ଜୀବନରେଖା ପାଲଟି ଥିବା ବଜାର ବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ଅଧପନ୍ତରିଆ ଭାବେ ରଖିବା ପଛରେ ରହସ୍ୟ କଣ? ଏହି କାର୍ଯ୍ୟ ରେ କିଏ ବାଧା ସୃଷ୍ଟି କରୁଛି ନା ଏନଏସି କତ୍ତୃପକ୍ଷ ଏହି କାର୍ଯ୍ୟ ସମାପ୍ତ କରିବାକୁ ଅସମର୍ଥ? ତେଣୁ ପୂରା ସହର ନିର୍ଭର କରୁଥିବା ବଜାର ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ଅତିଶୀଘ୍ର ସମାପ୍ତ କଲେ ୧୩ଦିନିଆ ଦଣ୍ଡ ଯାତ୍ରାରେ ଠାକୁରଙ୍କ ସ୍ନାନ ରିତିନୀତି ଲକ୍ଷ କରି ଶୀଘ୍ର ପୁନରୁଦ୍ଧାର କାଯ୍ଯ ସଂପୂର୍ଣ୍ଣ କରିବାକୁ ଦାବୀ ହୋଇଥିବା ବେଳେ ଖୁବଶୀଘ୍ର କାର୍ୟ୍ଯ ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି କାଯ୍ଯ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button