ରାଜ୍ୟ

ସାମୂହିକ ହିତ ପାଇଁ ସାହିତ୍ୟିକମାନେ କାର୍ଯ୍ୟ କରନ୍ତୁ: ସୌମ୍ୟରଂଜନ

ନିଆଳି: ସାହିତ୍ୟିକମାନେ ସାମୂହିକ ହିତ ସାଧନ ପାଇଁ କାର୍ଯ୍ୟ କରିବା ଉଚିତ। ଏହାଦ୍ବାରା ସାହିତ୍ୟ ପ୍ରତି ଜନସାଧାରଣଙ୍କ ଆଗ୍ରହ ବଢ଼ିବ ବୋଲି ନିଆଳି ‘ସମ୍ବାଦ ସାହିତ୍ୟଘର’ର ସପ୍ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ନିଆଳି ବ୍ଲକ୍‌ କସର୍ଦ୍ଦା ପଞ୍ଚାୟତର ଭାଲିଆକଣ ମାତୃବିହାରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ରବିବାର ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବୃକ୍ଷରୋପଣ, ନିଶା ନିବାରଣ, ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା, ମୋବାଇଲ୍‌ ଓ ମଦମୁକ୍ତ ଓଡ଼ିଶାକୁ ଆପଣେଇବା। ନିରୋଗ, ନିରହଂକାର, ନିରାଡ଼ମ୍ବର, ନିଶାମୁକ୍ତ ଓଡ଼ିଶା ଗଠନ ସହ ସମାଜସେବା କରି ଉଦାହରଣ ସୃଷ୍ଟି କରିବା ସାହିତ୍ୟଘରର ଆଭିମୁଖ୍ୟ ହେଉ। ସେହିପରି ବୟସ ୬୦ ଛୁଇଁଲା ପରେ ନୂଆ ଜୀବନ ଆରମ୍ଭ ହେଲା ବୋଲି ଭାବନା ରଖନ୍ତୁ। ନିଜକୁ ଅଲୋଡ଼ା ଭାବନ୍ତୁ ନାହିଁ। ଟି-ଟ୍ବେଣ୍ଟି ଖେଳର ମାନସିକତା ରଖି ନିଜର ଅଭିଜ୍ଞତା ଦ୍ବାରା ସମାଜର ହିତ ପାଇଁ ଅବଶିଷ୍ଟ ସମୟ ସମାଜସେବାରେ ବିନିଯୋଗ କରିବା ଲାଗି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ନିଆଳି ‘ସମ୍ବାଦ ସାହିତ୍ୟଘର’ ବାର୍ଷିକ ଉତ୍ସବ

ନିଆଳି ‘ସମ୍ବାଦ ସାହିତ୍ୟଘର’ ସଭାପତି ଶିକ୍ଷାବିତ୍‌ ରମେଶଚନ୍ଦ୍ର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଫେସର ଡକ୍ଟର ରାମଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା, ନିଆଳିସ୍ଥିତ ଚିତ୍ତରଂଜନ ସେବା ସଦନର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ଶ୍ରୀ ଅରବିନ୍ଦଙ୍କ ସମାଧିରେ ଧୂପ ପ୍ରଦାନ କରିଥିଲେ। ଏହି ଅବସରରେ ସାହିତ୍ୟଘର ମୁଖପତ୍ର ‘ପଣତ’କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିବା ସହିତ ଚିତ୍ତରଂଜନ ସେବା ସଦନର ନିର୍ଦ୍ଦେଶକ ଡାକ୍ତର ମିଶ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସେବା ସମ୍ମାନରେ ସମ୍ମାନିତ କରିଥିଲେ। ଉତ୍ସବରେ ପାହାଳସ୍ଥିତ ଡିଭାଇନ୍‌ ଫିଜିଓଥେରାପି ଆଣ୍ଡ କାଇରୋପ୍ରାକ୍ଟିକ୍‌ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା। ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷାବିତ୍‌ ପ୍ରେମାନନ୍ଦ ମହାପାତ୍ର ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ସାହିତ୍ୟଘର ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ଡକ୍ଟର ପୀତାମ୍ବର ସାହୁ ଧନ୍ୟବାଦ ଦେଇଥିଲେ।

ନିଆଳି ‘ସମ୍ବାଦ ସାହିତ୍ୟଘର’ ସଂଯୋଜକ ତଥା ‘ସମ୍ବାଦ’ ପ୍ରତିନିଧି ମନୋରଂଜନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଡକ୍ଟର ଅଞ୍ଜଳି ସ୍ବାଇଁ, ଡାକ୍ତର ଅସିମଜିତ୍‌ ସ୍ବାଇଁ, ପ୍ରଦ୍ୟୁମ୍ନ କୁମାର ପରିଡ଼ା, ଶିକ୍ଷାବିତ୍‌ ବାପୁଜୀ ମହାରଣା, ମଙ୍ଗଳପ୍ରସାଦ ମହାପାତ୍ର, ଶକୁନ୍ତଳା ଷଡ଼ଙ୍ଗୀ, ରମାକାନ୍ତ ସ୍ବାଇଁ, ରଘୁନାଥ ମହାପାତ୍ର, ଜ୍ଞାନରଂଜନ ସେନାପତି, ଗିରୀଶଚନ୍ଦ୍ର ମହପାତ୍ର, ଆଇନଜୀବୀ ସରୋଜ କୁମାର ସ୍ବାଇଁ, ବିଜୟ କୁମାର ବସ୍ତିଆ, ଇଞ୍ଜିନିୟର ଶୁଭ୍ରାଂଶୁଶେଖର ପ୍ରହରାଜ, ବ୍ରଜକିଶୋର ଜେନା, ସୁଧୀର ପତି, ଅର୍ଜୁନୀ ପାତ୍ର, ରବୀନ୍ଦ୍ରନାଥ ଦାସ, ପ୍ରତାପ କୁମାର ଜେନା, ଦୁଃଶାସନ ମଲ୍ଲିକ, ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ, ଗାଳ୍ପିକା ପୁଷ୍ପା ପରିଡ଼ା, ରେଣୁବାଳା ବେହେରା, ଯଶୋଜିତ୍‌ ସ୍ବାଇଁ, ଲକ୍ଷ୍ମୀପ୍ରିୟା ଖଟୁଆ, ଦିଲ୍ଲୀପ ମହାନ୍ତି, ଊର୍ମିଳା ସ୍ବାଇଁ, ପ୍ରଭାତୀ ବେହେରା, କାଳନ୍ଦୀ ସାହୁଙ୍କ ସମେତ ଶିକ୍ଷାକେନ୍ଦ୍ରର ସମସ୍ତେ ସହଯୋଗ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button