୧୬ରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରତିଦିନ ‘ଶିକ୍ଷା ସମ୍ବାଦ’
କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା ସମ୍ବାଦ’ ଡିସେମ୍ବର ୧୬ ତାରିଖ, ସୋମବାରଠାରୁ ନିୟମିତ ପ୍ରକାଶ ପାଇବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୫ ଓଡ଼ିଆ ମାଧ୍ୟମ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିଷୟର ସଂକ୍ଷେପ ବିଶ୍ଲେଷଣ ସହିତ ଆଦର୍ଶ ତଥା ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ଦୈନିକ ‘ସମ୍ବାଦ’ରେ ସ୍ବତନ୍ତ୍ର ପୃଷ୍ଠା ଆକାରରେ ପ୍ରକାଶ ପାଇବ।
ପରୀକ୍ଷା ପରିଚାଳନା ବ୍ୟବସ୍ଥା ସହିତ ପୂର୍ବରୁ ଜଡିତ ବିଭିନ୍ନ ବିଷୟର ବିଶେଷଜ୍ଞମାନଙ୍କ ଦ୍ବାରା ଏହା ପ୍ରସ୍ତୁତ କରାଯାଉଛି। ପୂର୍ବ ବର୍ଷଗୁଡ଼ିକରେ ‘ଶିକ୍ଷା ସମ୍ବାଦ’କୁ ଅନୁସରଣ କରି ପରୀକ୍ଷାର ଚୂଡାନ୍ତ ପ୍ରସ୍ତୁତି ସମୟରେ ରାଜ୍ୟର ବହୁ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବା ବେଳେ ଚଳିତ ବର୍ଷ ବି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଏହା ଅଧିକ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ୨୦୨୫, ଫେବ୍ରୁଆରି ୨୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ପରୀକ୍ଷା ପର୍ଯ୍ୟନ୍ତ ନିୟମିତ ଭାବେ ‘ଶିକ୍ଷା ସମ୍ବାଦ’ରେ ବରିଷ୍ଠ ତଥା ଅଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଉପାଦେୟ ପରାମର୍ଶ ସ୍ଥାନ ପାଇବ। ‘ଶିକ୍ଷା ସମ୍ବାଦ’ ସୁବିଧାରେ ନିୟମିତ ପାଇବା ପାଇଁ ନିଜ ଅଞ୍ଚଳର ଖବରକାଗଜ ବିତରକ ଭାଇମାନଙ୍କୁ କହି ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଉଛି।