ରାଜ୍ୟ

ଛତୁଆର ବିକଳ୍ପ ଖୋଜିବାକୁ ପଡିବ

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍‌ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍‌ ରାସନ(ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା – ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ ଓ ଝାଡ଼ଖଣ୍ଡର ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଏହା ସହ ମହୀଶୂରସ୍ଥିତ ସିଏଫଟିଆରଆଇ, ହାଇଦରାବାଦର ଏନଆଇଏଚ, ଗୁଜୁରାଟ ମିଳ୍କ ମାର୍କେଟିଙ୍ଗ ଫେଡେରେଶନ(ଅମୂଲ୍‌), ରାଉରକେଲା ଏନଆଇଟି ତଥା ୱାର୍ଲଡ ଫୁଡ ପ୍ରୋଗ୍ରାମ, ୟୁନିସେଫ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଭଳି ପ୍ରମୁଖ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସଚିତ ଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା । ବିଭିନ୍ନ ରାଜ୍ୟରୁ ଆସିଥିବା ପୋଷଣ ବିଶେଷଜ୍ଞମାନଙ୍କୁ ସ୍ୱାଗତ କରିବା ସହ ଆଲୋଚନା ଓ ସମାଲୋଚନା ମାଧ୍ୟମରେ ଓଡ଼ିଶାକୁ କୁପୋଷଣ ମୁକ୍ତ କରିବାର ଉପାୟ ବାହାରି ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶାର ଆଞ୍ଚଳିକ ପୋଷଣ ଅସମାନତାକୁ ଧ୍ୟାନ ଦେବା ସହ ଛତୁଆର ମାନ ବୃଦ୍ଧି ତଥା ଅନ୍ୟ ବିକଳ୍ପ ଖୋଜିବାକୁ ସେ ବିଭାଗକୁ ପରାମର୍ଶ ଦେଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button