ରାଜ୍ୟ
ମଦନିଶାରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା – Kalinga News

[ad_1]
ମଦନିଶାରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଧାଙ୍ଗରଡିହା ଗାଁରେ ଅଭାବନୀୟ ଘଟଣା। ରାମଚନ୍ଦ୍ର ମହାକୁଡ଼ ନାମକ ବୃଦ୍ଧଙ୍କୁ ତାଙ୍କ ପଡିଶା ଘର ଅଭିଯୁକ୍ତ ପମା ନାଏକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅପରାହ୍ନରେ ପମା ନାଏକ ଅତ୍ୟଧିକ ମଦ୍ୟପାନ କରି ଘରେ ପାଟିତୁଣ୍ଡ କରୁଥିବା ବେଳେ ରାମଚନ୍ଦ୍ର ମହାକୁଡ଼ ତାଙ୍କୁ ବୁଝାସୁଝା କରିଥିଲେ।
ପରେ ରାମଚନ୍ଦ୍ର ଘରୁ ଗାଧୋଇ ଯିବା ସମୟରେ ତାଙ୍କୁ ଅଭିଯୁକ୍ତ ପମା ତାଙ୍କୁ ଏକ ଠେଙ୍ଗାରେ ମୁଣ୍ଡ ପଛପଟକୁ ପିଟିଥିଲେ। ଘଟଣାସ୍ଥଳରେ ରାମଚନ୍ଦ୍ର ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଘର ଲୋକ ତାଙ୍କୁ ଘଟଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତ ପେମାଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ।
The post ମଦନିଶାରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା appeared first on KNews Odisha.
[ad_2]