ଜ୍ୟୋତିଷ

ଯେଉଁ ସ୍ତ୍ରୀ ସକାଳୁ ଏହି କାମ ପ୍ରତିଦିନ କରିଥାଏ… ତାଙ୍କ ସ୍ଵାମୀ ହୋଇଥାନ୍ତି ବହୁତ ଭାଗ୍ୟ ଶାଳୀ ! ସବୁ ଦୁଃଖ ଦୂର ହୋଇଥାଏ…

ଶାସ୍ତ୍ରରେ ସ୍ତ୍ରୀ ମାନଙ୍କୁ ତାଙ୍କ ସ୍ଵାମୀର ଅଧା ଅଙ୍ଗ ବୋଲି କୁହାଯାଇଥାଏ । ଯାହା ଦ୍ଵାରା ସ୍ତ୍ରୀ ମାନଙ୍କୁ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଇଥାଏ । ତେଣୁ ଯେଉଁ ସ୍ତ୍ରୀ ନିଜ ଜୀବନକାଳ ମଧ୍ୟରେ ଯେତେ ବି ପୂଣ୍ୟ କାର୍ଯ୍ୟ କରିଥାଏ । ସେହି ପୂଣ୍ୟ କାର୍ଯ୍ୟର ଅଧା ଫଳ ତା’ ର ସ୍ଵାମୀକୁ ମଧ୍ୟ ମିଳିଥାଏ । ତେବେ ମହିଳା ମାନେ ଯଦି ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏହି କାର୍ଯ୍ୟ ଗୁଡିକ କରନ୍ତି । ତେବେ ସେହି ମହିଳାଙ୍କ ସ୍ଵାମୀର ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ଆସିଥାଏ ।

1- ପ୍ରତ୍ଯେକ ମହିଳାଙ୍କୁ ସକାଳୁ ଶୀଘ୍ର ଉଠିବା ଉଚିତ । କାରଣ ଶୀଘ୍ର ଉଠୁଥିବା ଲୋକଙ୍କ ଘରୁ ସମୃଦ୍ଧି ଆସିଥାଏ । ଯେଉଁ ମହିଳା ବିଳମ୍ବ ପର୍ଯ୍ୟନ୍ତ ନିଜ ବିଛଣାରେ ଶୋଇ ରହିଥାଏ । ସେହି ନାରୀ ଉପରେ ମା’ ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ତେଣୁ ମହିଳା ସକାଳର ପ୍ରାତଃ ସମୟରୁ ହିଁ ଉଠିଯିବା ଉଚିତ ।

2- ସକାଳୁ ଉଠିବା ପରେ ସର୍ବ ପ୍ରଥମେ ନିଜର ହାତ ପାପୁଲିକୁ ଦର୍ଶନ କରନ୍ତୁ । କାରଣ ପ୍ରତ୍ଯେକଟି ବ୍ୟକ୍ତିର ହାତରେ ଭଗବାନଙ୍କ ନିବାସ ହୋଇଥାଏ । ଏହାପରେ ହାତର ପାପୁଲିକୁ ଦେଖି ଏହି ମନ୍ତ୍ର ଜପ କରନ୍ତୁ । କରାଗ୍ରେ ବାସତେ ଲକ୍ଷ୍ମୀ, କର ମଧ୍ୟ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦା, ପ୍ରଭାତେ କର ଦର୍ଶନମ । ଏହି ମନ୍ତ୍ର କହିସାରିଲା ପରେ ବସୁମତୀ ମାତାଙ୍କୁ ପ୍ରଥମେ ପ୍ରଣାମ କରି ଭୂମୀରେ ପାଦ ପକାଇବା ଉଚିତ । କାରଣ ଦିନମାନ ଆମେ ଭୂମୀ ଉପରେ ହିଁ ଚଲାବୁଲା କରିଥାଉ ।

ତାପରେ ନିଜର ନିତ୍ୟକର୍ମ ସ୍ନାନ ଆଦି କାର୍ଯ୍ୟ ସାରି ଭଗବାନଙ୍କୁ କିଛି ସମୟ ଦେବା ଉଚିତ । ଘରର ପ୍ରତ୍ଯେକଟି ସଦସ୍ୟ ନିଜ କାର୍ଯ୍ୟରେ ଯେତେ ବି ବ୍ୟସ୍ତ ଥାଉ ନା କାହିଁକି ? ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ନିଜ ପାଇଁ ସମୟ କାଢି ଭଗବାନଙ୍କୁ ପୂଜା, ପ୍ରାଥନା କରିବା ଦରକାର । ବିଶେଷ କରି ମହିଳା ମାନେ ଘରେ ନୀତିନିୟମ ପାଳନ କରି ଭଗବାନଙ୍କର ପୂଜା, ଆରାଧନା କରିବା ଉଚିତ ।

ପୂଜା କରିବା ସମୟରେ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ । ପୂଜା କରିସାରିବା ପରେ ସେହି ପାଣି ଆଣି ଏକ ଅଶୋକ ପତ୍ର ସାହାଜ୍ଯରେ ସବୁ ଘରେ ସିଂଚନ କରନ୍ତୁ । ଯାହା ଦ୍ଵାରା ଘର ଉପରେ ଥିବା ସବୁ ଅଶୁଭ ଶକ୍ତିର ପ୍ରଭାବ ନଷ୍ଟ ହୋଇଥାଏ । ଘରର ପୂଜା ସହିତ ମା’ ବୃନ୍ଦାବତୀଙ୍କ ପୂଜା ମଧ୍ୟ ଅବଶ୍ୟ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button