ଦେଶର ସବୁଠାରୁ ବଡ଼ ଇଲେକ୍ଟ୍ରିକମ୍ପାନୀ ନ୍ୟାସନାଲ ଥର୍ମଲ ପାୱାର କର୍ପୋରେସନ୍(NTPC)ରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ପଦବୀ ପାଇଁ NTPC ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ପାଇଁ ୨୫୦ଟି ପଦବୀ ଖାଲି ପଡିଛି । ଇଚ୍ଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଏହାର ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୨୫୦ ଆବେଦନ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୨୩ ଏପ୍ରିଲରୁ ମେ ୭ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ ବୟସ ସୀମା : ଆବେଦନକାରୀଙ୍କ ବୟସ ସୀମା ୩୫ ବର୍ଷ ହୋଇଥିବା ଆବଶ୍ୟକ । ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ଛାଡ କରାଯାଇଛି । ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ମେକାନିକାଲ କିମ୍ବା ଇଲେକ୍ଟ୍ରିକାଲଇଞ୍ଜିନିୟରିଂରେ BE/B.Tech ଡିଗ୍ରୀ ହାସଲ କରିଥିବା ଜରୁରୀ । ଗୋଟିଏ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ଦରମା : ପ୍ରାର୍ଥୀଙ୍କୁ ମାସିକ ପାରିଶ୍ରମିକ ୫୫୦୦୦ଟଙ୍କା ମିଳିବ । ଚୟନ ପ୍ରକ୍ରିୟା : ପ୍ରଥମେ ଲିଖିତ ପରୀକ୍ଷା କରାଯିବ । ଲିଖିତ ପରୀକ୍ଷାରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଶେଷରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବା ସହିତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ । ଆବେଦନ ପ୍ରକ୍ରିୟା : ପ୍ରଥମେ ଏହାର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ହୋମପେଜରେ ଦିଆଯାଇଥିବା ‘କରେଣ୍ଟ ଓପନ’ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଅପ୍ସନରେ କ୍ଲିକ୍ କରନ୍ତୁ । ରେଜିଷ୍ଟ୍ରେସନ୍ ନମ୍ବର ପାଇଁ ମୌଳିକ ବିବରଣୀ ପୂରଣ କରନ୍ତୁ । ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ । ବର୍ଗ ଅନୁସାରେ ଶୁଳ୍କ ପୈଠ କରନ୍ତୁ । ଶେଷରେ ଫର୍ମ ସବମିଟ୍ କରି ପ୍ରିଣ୍ଟଆଉଟ୍ କାଢି ସୁରକ୍ଷିତ ଭାବେ ରଖନ୍ତୁ ।

୨୭ ଏପ୍ରିଲ ୨୦୨୬ରେ, ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ରରୁ ପ୍ରସ୍ଥାନ କରି ଭରଣୀ ନକ୍ଷତ୍ରରେ ପ୍ରବେଶ କରିବେ । ଶୁକ୍ରଙ୍କ ଦ୍ୱାରା ଶାସିତ ଏହି ନକ୍ଷତ୍ରରେ ସୂର୍ଯ୍ୟଙ୍କ ଆଗମନକୁ ଆର୍ଥିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏହି ଗୋଚର କିଛି ରାଶି ପାଇଁ ଲାଭଦାୟକ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ଲୋକମାନେ ଭାଗ୍ୟବାନ ଏବଂ କେଉଁମାନେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ପାଇବେ ।
ମେଷ:
ସୂର୍ଯ୍ୟଙ୍କ ନକ୍ଷତ୍ରର ଏହି ପରିବର୍ତ୍ତନ ମେଷ ରାଶି ପାଇଁ ଏକ ବରଦାନ । ଆପଣଙ୍କର ଦକ୍ଷତା ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା କରାଯିବ । ଅଟକି ରହିଥିବା ଟଙ୍କା ଫେରି ପାଇପାରେ । ଯଦି ଆପଣ ଏକ ନୂତନ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଏହା ସଠିକ୍ ସମୟ ।
ମିଥୁନ:
ସୂର୍ଯ୍ୟ ଏବଂ ଶୁକ୍ରଙ୍କ ଏହି ନକ୍ଷତ୍ର ଆପଣଙ୍କର ସୁବିଧା ଓ ସହଯୋଗରେ ବିସ୍ତାର କରିବ । ସେୟାର ବଜାର କିମ୍ବା ସମ୍ପତ୍ତିରେ ପୁରୁଣା ନିବେଶ ଏବେ ଲାଭ ଦେବା ଆରମ୍ଭ କରିବ । ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ବୃଦ୍ଧି ପାଇବ । ଏଥିସହ ଆପଣଙ୍କ ଦିନଗୁଡିକ ବହୁତ୍ ଭଲରେ ଭଲରେ କଟିବ ।
ସିଂହ:
ସୂର୍ଯ୍ୟ ଆପଣଙ୍କ ରାଶିକୁ ନିୟନ୍ତ୍ରଣ କରୁଥିବାରୁ, ଭରଣୀ ନକ୍ଷତ୍ରରେ ତାଙ୍କର ପ୍ରବେଶ ଆପଣଙ୍କ ବ୍ୟକ୍ତିତ୍ୱକୁ ବୃଦ୍ଧି କରିବ । ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ସରକାରୀ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅଧିକ ଦାୟିତ୍ୱ କିମ୍ବା ପଦୋନ୍ନତି ପାଇପାରନ୍ତି ।
ଧନୁ:
ଏହି ସମୟ ଧନୁ ରାଶି ପାଇଁ ବହୁତ ବୃଦ୍ଧିର ସମୟ ପ୍ରମାଣିତ ହେବ । ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଆଗରେ ରଖିବ । ବ୍ୟବସାୟିକ ଯାତ୍ରାରେ ଭଲ ଟଙ୍କା ପାଇପାରିବେ । ଅପବ୍ୟୟ ଖର୍ଚ୍ଚକୁ ନିୟନ୍ତ୍ରଣ କରାବେ ଏବଂ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଯଗିରଖି ଚଳନ୍ତୁ ଦିନ ଗୁଡିକ ଭଲରେ କଟିବ ।




