ରାଜ୍ୟ

‘ବିସ୍ଥାପିତଙ୍କୁ ଯାହା ପ୍ରତିଶ୍ରୁତି ଦେବୁ, ପୂରଣ କରିବୁ’: ଚଳିତବର୍ଷ ରାସ୍ତା ପାଇଁ ଖର୍ଚ୍ଚ ହେବ ୭୦୦କୋଟି

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସମୟରେ ଜଳଭଣ୍ଡାର, ଶିଳ୍ପ ପାଇଁ ଯେଉଁମାନଙ୍କୁ ବିସ୍ଥାପିତ କରାଯାଇଛି ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ତେଣୁ ଆମେ କୌଣସି ପ୍ରକଳ୍ପ ପାଇଁ ଲୋକଙ୍କୁ ବିସ୍ଥାପନ କଲେ ତାଙ୍କୁ ଯାହା ପ୍ରତିଶ୍ରୁତି ଦେବୁ ତାହା ଯେପରି ନିଶ୍ଚିତ ପୂରଣ କରିବୁ ସେନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କହିବି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।

ଚଳିତବର୍ଷ ରାସ୍ତା ପାଇଁ ଖର୍ଚ୍ଚ ହେବ ୭୦୦କୋଟି
କେବଳ ଗରିବ ଆଧାରରେ ଲୋକଙ୍କୁ ଘର ବଣ୍ଟା ହେବ

ଆଜି ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରରେ ବହୁ ‌ବିସ୍ଥାପିତଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ସେମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେୁଛନ୍ତି ତାହା ଆମେ ଦେଖିଛୁ। ବିସ୍ଥାପିତ ହେଉଥିବା ଲୋକଙ୍କର ବହୁତ ଦାବି ନଥାଏ। ଯେତିକି ଦାବି ଥାଏ ତାହାକୁ ସରକାର ପୂରଣ କରିବା ଦରକାର। ଆମେ ଏହା ପାଳନ କରିବୁ। ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଖୁବ୍‌ ଶୀଘ୍ର ପେସା ଆଇନ ଲାଗୁ ହେବ। ହେଲେ ଏଥିରେ ଯେଉଁ କଡ଼ା ଆଇନ ଅଛି ସେଥିରେ ଗ୍ରାମସଭାର ଅନୁମତି ପରେ ପ୍ରକଳ୍ପ ହେବାକୁ ଥିବାରୁ ଶିଳ୍ପ, ଜଳଭଣ୍ଡାର ଭଳି ପ୍ରକଳ୍ପ ହେବା କଷ୍ଟକର ହେବ। ସେହିପରି ଆବାସ ଯୋଜନା ନେଇ ମନ୍ତ୍ରୀ କହିଛନ୍ତି ଯେ ଆମକୁ ନୀତି ନିୟମ, ଜନଗଣନା ଆଧାରରେ ନୁହେଁ, ଗରିବର ଆଧାରରେ ଘର ଦେବାକୁ ହେବ। ସେଥିପାଇଁ ଆମେ କିଛି ନିୟମ କୋହଳ କରୁଛୁ। ଟିଭି, ଫ୍ରିଜ୍, ମୋଟର ସାଇକେଲ ଥିଲେ, ୧୫ହଜାର ଟଙ୍କା ମାସିକ ଆ‌ୟ ହୋଇଥିଲେ ବି ଯଦି ପକ୍କା ଘର ନଥିବ ତେବେ ଘର ଦେବୁ। ଏଥିପାଇଁ ଦୁଇ ମାସ ମଧ୍ୟରେ ନୂଆ ସର୍ଭେ କରି ଘର ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିବୁ। ମନରେଗା ଯୋଜନାରେ ଲୋକଙ୍କୁ ଅଧିକ କାମ ଦେବୁ। ଚଳିତ ଆର୍ଥିକ ବର୍ଷରେ ୭୦୦କୋଟି ଟଙ୍କାର ରାସ୍ତା କାମ ହେବ। ଏଥିରେ ପିଚୁ ରାସ୍ତା ଏବଂ ବକ୍ସ କଲଭର୍ଟ ନିର୍ମାଣ କରାଯିବ। କମ୍‌ ପାଠ ପଢ଼ିଥିବା ଲୋକଙ୍କୁ ବ୍ଲକ ସ୍ତରରେ ପ୍ରଶିକ୍ଷଣ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ।

ପ୍ରତି ପଞ୍ଚାୟତରେ ଖେଳ ପଡ଼ିଆ, ଆଦର୍ଶ ପୁଷ୍କରିଣୀ ନିର୍ମାଣ କରିବୁ, ପ୍ରତି ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଗୃହ , ବ୍ଲକରେ ଆଦର୍ଶ ପାଠାଗାର ନିର୍ମାଣ କରିବୁ। ବିକଶିତ ଗାଁ ବିକଶିତ ଓଡ଼ିଶା କେବଳ ଯୋଜନାର ନାଁ ହେବନି, ବାସ୍ତବରେ ଗାଁକୁ ବିକଶିତ କରାଯିବ। ପୂର୍ବରୁ କୌଣସି ସରକାରରେ ବି ପଞ୍ଚାୟତିରାଜ ବିଭାଗର ୫୮%ରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇନି। ମୁଁ ୭୦ରୁ ୮୦% ଅର୍ଥ ଖର୍ଚ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କହିଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button