ମା’ ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପୁରୁଷୋତ୍ତମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓ ତାଙ୍କ ପତ୍ନୀ ଆଜି ଗଞ୍ଜାମ ଗସ୍ତରେ ଆସି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ମା’ଙ୍କ ପୂଜାର୍ଚ୍ଚନା କରିବା ସହ ୪୦ ମିନିଟ୍ ଧରି ମନ୍ଦିରର ଉନ୍ନୟନ କାମ ବୁଲି ଦେଖିଥିଲେ। ଏହାସହ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ସେବାୟତମାନଙ୍କ ସହ ରୀତିନୀତି ସଂପର୍କରେ ଆଲୋଚନା କରିଥିଲେ।
ମନ୍ଦିର ପରିସର ଦେଖିବା ସହ ମା’ଙ୍କ ଦର୍ଶନ ପରେ ଶ୍ରୀ ମିଶ୍ର ଖୁସି ପ୍ରକଟ କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା, ପୁରୁଷୋତ୍ତମପୁର ବିଡିଓ ମନୋଜ କୁମାର ନାୟକ ଓ ତହସିଲଦାର ବିନୋଦ କୁମାର ବେହେରାଙ୍କ ସମେତ ଅତିରିକ୍ତ ଏସ୍ପି, ପୁରୁଷୋତ୍ତମପୁର ଏସ୍ଡିପିଓ ରଜନୀକାନ୍ତ ସାମଲ, ପୁରୁଷୋତ୍ତମପୁର ଥାନାଧିକାରୀ ରାଜେଶ କୁମାର ନାୟକ, ମନ୍ଦିର ଉନ୍ନୟନ କମିଟିରୁ ପ୍ରମୋଦ କୁମାର ପଣ୍ଡା ଓ ପୁରୁଷୋତ୍ତମପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା ଏବଂ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ଥିଲେ




