ଦେଶ- ବିଦେଶସ୍ୱାସ୍ଥ୍ୟ

ଶୀତଋତୁରେ ଫାଟୁଛି କି ଓଠ ? ଆପଣାନ୍ତୁ ଏହି ଘରୋଇ ଉପଚାର..

ଶୀତ ଦିନ ଆରମ୍ଭ ହେବ ମାତ୍ରେ ଓଠ ଫାଟିବା ଆରମ୍ଭ ହୋଇଯାଏ । ଓଠ ଫାଟିଲେ ଖାଇବାରେ ଅସୁବିଧା ସହ ଜଳାପୋଡା କରିଥାଏ । ଏହା ଏକ ସାଧାରଣ ସମସ୍ୟା ହୋଇଥିବାରୁ ଏହାର ଘରୋଇ ଉପଚାର ରହିଛି । ଏହାର ସମାଧାନ ପାଇଁ ଆମେ ବଜାରରେ ମିଳୁଥିବା ଭେସଲିନ ଓ ଲିପବାମ ଲଗାଇ ଥାଉ । କିନ୍ତୁ ସେସବୁ କେମିକାଲ ହୋଇଥିବାରୁ ଓଠ ଖରାପ ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର କରି ଆପଣ କିପରି ଓଠକୁ ନରମ ରଖି ପାରିବେ ।

ଓଠରେ ନଡ଼ିଆ ତେଲ, ମହୁ, ଜଡ଼ା ତେଲ ଲଗାନ୍ତୁ ।
ଲେମ୍ବୁରସ ରେ ମହୁ ଓ ଜଡ଼ା ତେଲ ମିଶାଇ ଲଗାନ୍ତୁ । ଏହା ଓଠ ଫଟା ସମସ୍ୟା ଦୂର କରିବ । ଦୁଇ ଚାମଚ ଚିନିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଓଠରେ ଲଗାଇ କିଛି ସମୟ ରଖନ୍ତୁ । କିଛି ସମୟ ପରେ ଉଷୁମ ପାଣି ରେ ଓଠକୁ ପୋଛି ଦିଅନ୍ତୁ ।
ଓଠରେ କ୍ଷୀର ସର ଲଗାନ୍ତୁ । ଓଠ କୋମଳ ରହିବ ।
ଶୀତ ଦିନେ ଅଧିକ ପାଣି ପିଅନ୍ତୁ । ଏହା ଓଠ ଫାଟିବା ସମସ୍ୟା ଦୂର କରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button