ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ? ରିସର୍ଚ୍ଚ ରୁ ହେଲା ବଡ଼ ଖୁଲାସା, ଜାଣନ୍ତୁ କଣ ?
ଏକ ରିପୋର୍ଟ ଅନୁଯାଇ ଅନେକ ଲୋକ ସେକ୍ସ କରିସାରିବା ପରେ ମଧ୍ୟ ଏହାପରେ ସେମାନଙ୍କର ଯୌନ ସମ୍ପର୍କ ରଖିବାର ଇଚ୍ଛା ଆହୁରି ବଢ଼ି ଯାଇଥାଏ । ବିଶେଷଜ୍ଞ ମାନଙ୍କ ଅନୁଯାଇ ଏହା ଏକ ସାଧାରଣ ପ୍ରକ୍ରିୟା ଅଟେ ଏବଂ ଏହା ପଛରେ ଅନେକ ଗୁଡିଏ କାରଣ ରହିଛି, ଯାହା ଆମ୍ଭର ଶରୀରର ପ୍ରାକୃତିକ ଆବଶ୍ୟକତା କିମ୍ବା ଶରୀରରେ ହେଉଥିବା ରାସାୟନିକ ଉତ୍ପାଦନ ଏବଂ ହରମୋନ୍ ସହିତ ଜଡିତ ଅଟେ । ତେବେ ଆସନ୍ତୁ ଜାଣିବା ଏହାର କିଛି କାରଣ ମାନଙ୍କ ବିଷୟରେ:-
ଶରୀରରେ ଡୋପାମାଇନ୍ ଏବଂ ଅକ୍ସିଟୋସିନ୍ ନାମକ ହରମୋନ୍ ରିଲିଜ଼ ହେବା ଦ୍ୱାରା ହିଁ ଆମକୁ ଯୌନ ସୁଖଃ ମିଳିଥାଏ । ଶରୀର କୁ ମିଳିଥିବା ଏହି ଅନୁଭବ କୁ ମସ୍ତିଷ୍କ ଏକ ସଙ୍କେତ ପଠାଏ, ଯାହାଦ୍ୱାରା ଶରୀର ଏହି ପ୍ଲେଜର୍ କୁ ବାରମ୍ବାର ଅନୁଭବ କରିବାକୁ ଚାହିଁ ଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ଅଧିକ ସେକ୍ସ ଭିତରେ ଅଧିକ ବିରତି ନକରି ଆଉ ଥରେ ସେକ୍ସ ପାଇଁ ପ୍ରସ୍ତୁତ ହୋଇଯାଇଥାଏ ।
ଯେତେବେଳେ ଏକ ଦମ୍ପତି ପ୍ରେମ ସମ୍ପର୍କରେ ରହିଥାନ୍ତି, ସେତେବେଳେ ସେମାନଙ୍କ ଭିତରେ କେବଳ ଶରୀର ନୁହେଁ ବରଂ ଭାବନାର ଆଦାନ ପ୍ରଦାନ ମଧ୍ୟ ହୋଇଥାଏ । ସେଥିପାଇଁ କିଛି ଲୋକଙ୍କ ପାଇଁ ସେକ୍ସ ପ୍ରେମକୁ ପ୍ରକାଶ କରିବାର ଏକ ଉପାୟ ମଧ୍ୟ ଅଟେ । ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ସ୍ପର୍ଶ କରିବା ଏବଂ ସମ୍ପର୍କ ଗଢ଼ିବା ପରେ ତୁରନ୍ତ ଅନ୍ତରଙ୍ଗ ହେବାକୁ ପସନ୍ଦ କରିଥାନ୍ତି । ଗୋଟେ ପଟେ ଯେତେବେଳେ ମଣିଷ ଚରମ ସୁଖଃ ପାଇବା ସହ ସନ୍ତୁଷ୍ଟ ହୋଇଥାଏ । ଅନ୍ୟ ପକ୍ଷରେ ଏହା ଅନୁଭଵ ନ ହେବା ଦ୍ୱାରା ଲୋକେ ଅବସାଦ ଗ୍ରସ୍ତ ହୋଇଯାନ୍ତି । ତେଣୁ ସେକ୍ସ ପରେ ବି ଚରମ ସୁଖଃ ନ ମିଳିଲେ ଲୋକମାନେ ପୁଣି ଥରେ ଯୌନ ସମ୍ବନ୍ଧ ରଖିଥାନ୍ତି ।
ଆହୁରି ପଢନ୍ତୁ :- ପୁରୁଷ ଜୀବନରେ ଏହି ୧୦ ପ୍ରକାରର ରୋଗ ଥିଲେ ଭୁଲରେ ବି ଭାଏଗ୍ରା ନେବା ଉଚିତ୍ ନୁହେଁ ! ନଚେତ୍ ଚାଲିଯିବ ଜୀବନ
ଯଦି ଏକ ପ୍ରେମୀ ଯୁଗଳ ବହୁତ ସମୟ ହେବ ଦେଖା ହୋଇନାହାନ୍ତି କିମ୍ବା ଶାରୀରିକ ସମ୍ପର୍କ ଗଢ଼ି ପାରିନାହାନ୍ତି, ତେବେ ଏହା ମଧ୍ୟ ବାରମ୍ବାର ସେକ୍ସ ପାଇଁ ଇଚ୍ଛା ହେବାର ଏକ କାରଣ ହୋଇପାରେ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଯେ ସେକ୍ସ ଏକ ନିଶା ମଧ୍ୟ ହୋଇପାରେ, ଏହା ଦ୍ୱାରା ମଣିଷ ବାରମ୍ବାର ନିଜର ଦେହର ଭୋକ କୁ ମେଣ୍ଟାଇବା କୁ ଚେଷ୍ଟା କରିଥାଏ । ଏପରି ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।