ଦେଶ- ବିଦେଶ

ଆଦାନୀ କିମ୍ବା ତାଙ୍କ ପୁତୁରାଙ୍କ ନାମରେ ଲାଞ୍ଚ ଅଭିଯୋଗ ନାହିଁ : ଆଦାନୀ ଗ୍ରିନ୍‌

ନୂଆଦିଲ୍ଳୀ: ଆମେରିକାର ବୈଦେଶିକ ଦୁର୍ନୀତି ଅଭ୍ୟାସ ଅଧିନିୟମ (ଏଫସିପିଏ) ଉଲ୍ଲଂଘନ ଅଭିଯୋଗରେ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନିତ୍‌ ଜୈନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ବୋଲି ସ୍ପଷ୍ଟ କରି ଏକ ବିବୃତିଜାରି କରିଛି ‘ଆଦାନୀ ଗ୍ରୀନ୍‌’।

ଏହାର ଅଫିସିଆଲ୍ ବିବୃତିରେ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) କିଛି ମଣମାଧ୍ୟମର ଦାବିକୁ ସମ୍ବୋଧିତ କରି ଏପରି କହିଛି।କମ୍ପାନୀ ଆହୁରି ବି କହିଛି ଯେ ଆମେରିକାର ଜଷ୍ଟିସ୍ ବିଭାଗ (ଡିଓଜି) ଅଭିଯୋଗ ଏବଂ ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିସନ (ଏସଇସି) ଙ୍କ ଅଭିଯୋଗରେ ଏମାନଙ୍କ ବିରୋଧରେ ଲାଞ୍ଚ କିମ୍ବା ଦୁର୍ନୀତି ଅଭିଯୋଗ ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ଉପରେ ଆମେରିକାରେ ଏକ ଗମ୍ଭୀର ଆରୋପ ଲାଗିଛି। ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେରିକା‌ରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍‌ ଡଲାର୍‌ ଲାଞ୍ଚ୍‌ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍‌ କମ୍ପାନି ଏବଂ ଆଦାମୀ ଗ୍ରୁପ୍‌ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।

ଆମେରିକାର ଅଭି‌ଯୋଗକୁ ଭିତ୍ତିହୀନ ବୋଲି କହିଛି ଆଦାମୀ ଗ୍ରୁପ୍‌। ଆମେରିକାରେ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ବୁଧବାର ଦିନ ଆଦାନୀଙ୍କ ନାମରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ପରେ ଗ୍ରୁପ୍‌ ଏହାକୁ ଅସ୍ବୀକାର କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button