ଦେଶ- ବିଦେଶ

ନିଜକୁ ମାନସିକ ଭାବେ ସୁସ୍ଥ ରଖିବେ କିପରି ?

ଏହି ସମୟରେ ଦେଶର ଯେଉଁଭଳି ଭାବେ ସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଭରି ରହିଛି । ଦିନରାତି କେବଳ କରୋନା ସମ୍ବନ୍ଧୀୟ ଖବର ପଢି ପଢି ମନରେ ଅସ୍ଥିରତା, ବିରକ୍ତିକର ଏବଂ ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି ହେଉଛି । କରୋନା ଭୟରେ ଲୋକଙ୍କ ମନରେ ନକାରାତ୍ମକତା ଦେଖିବାକୁ ମିଳିଛି । ଏହି ସମୟରେ ଘରେ ପୁରା ସମୟ ରହିବା ଦ୍ୱାରା ନା ଶାରୀରିକ ବ୍ୟାୟାମ କରାଯାଉଛି ନା ହିଁ ମାନସିକ ଶାନ୍ତି ମିଳୁଛି, ଯାହାକି ବ୍ୟକ୍ତିଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରଖିବାରେ ଅସମର୍ଥ କରିଦେଉଛି କିନ୍ତୁ କିଛି ପରିବର୍ତ୍ତନ କରି ଆମେ ଏହି ସମସ୍ତ ସମସ୍ୟାରୁ ବାହାରି ଆସି ପାରିବା । ତାହେଲେ ଆସନ୍ତୁ ଜାଣିବା କିଛି ବିଶେଷ ଟିପ୍ସ ଜାଣିବା ଯାହାଦ୍ୱାରା ଆପଣ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିପାରିବେ ।

ମେଡ଼ିଟେସନ

Mindfulness Meditation Can Help Relieve Anxiety And Depression ...

ମେଡ଼ିଟେସନ ବା ଧ୍ୟାନ ଆମକୁ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଏହି ସମୟରେ ନକାରାତ୍ମକ ଚିନ୍ତାଧାରା ମଧ୍ୟ ଆମ ମନକୁ ଆସେ ନାହିଁ । ଯାହା ଦ୍ୱାରା ଆମେ ନିଜକୁ ମାନସିକ ସ୍ତରରେ ସୁସ୍ଥ ରଖିପାରିବା ସହିତ ଆରାମ ମଧ୍ୟ ପାଇପାରିବା ଏବଂ ଏହି ସମୟରେ ଆମକୁ ବହୁତ ଧ୍ୟାନ ଆବଶ୍ୟକ । ଯାହାଫଳରେ ଆମେ ନିଜକୁ ଏହି ଚିନ୍ତାଧାରାରୁ ଦୂରେଇ ରଖିପାରିବା । ମେଡ଼ିଟେସନର ଅନେକ ଲାଭ ଅଛି, ଯେପରିକି ଭାବନାତ୍ମକ ସ୍ଥିରତା, ସୃଜନଶୀଳତା ବୃଦ୍ଧି, ସୁଖ ବୃଦ୍ଧି, ମାନସିକ ଶାନ୍ତି ଏବଂ ସ୍ୱଚ୍ଛତା, ସମସ୍ୟା ହ୍ରାସ ଇତ୍ୟାଦି ।

ସୋସିଆଲ ମିଡିଆଠାରୁ ଦୂରରେ ରୁହନ୍ତୁ

How the Middle East uses Social Media: 19 standout stats from 2019

ଯଦି ଆପଣ ମିଛ ଖବର ଠାରୁ ଦୁରେଇ ରହିବାକୁ ଚାଁହାନ୍ତି ତାହେଲେ ସର୍ବପ୍ରଥମେ ସୋସିଆଲ ମିଡିଆରୁ ଦୂରେଇ ଯାଆନ୍ତୁ । କାରଣ ଆପଣ ଦିନରାତି କେବଳ ଏହି ଖବର ପଢି ପଢି ବିରକ୍ତ ହୋଇପାରନ୍ତି ତେଣୁ ଦୂରତା ହିଁ ଭଲ ।

ଏକୁଟିଆ ରୁହନ୍ତୁ ନାହିଁ ପରିବାର ସହିତ ସମୟ ବିତାନ୍ତୁ

ଏହି ସମୟରେ ନିଜକୁ ମୋବାଇଲରେ ବ୍ୟସ୍ତ ରଖନ୍ତୁ ନାହିଁ ବରଂ ନିଜ ପରିବାର ସହିତ ସମୟ ବିତାନ୍ତୁ । ଯଦି ଆପଣ ଏକାକୀ ବସନ୍ତି ତାହେଲେ ଅନେକ ପ୍ରକାରର ଚିନ୍ତାଧାରା ମନକୁ ଆସେ, ତେଣୁ ସେଗୁଡିକୁ ଏଡାନ୍ତୁ ଏବଂ ପରିବାର ସହିତ ସମୟ ବିତାନ୍ତୁ ।

ଗୀତ ଶୁଣନ୍ତୁ

The Best Resources for Royalty Free Music to Use for YouTube Videos

କୁହାଯାଏ ସଂଗୀତ ଏକ ଷ୍ଟ୍ରେସ ବୁଷ୍ଟର୍ ଭାବରେ କାମ କରେ, ତେଣୁ ନିଶ୍ଚିତ ଭାବରେ ସଙ୍ଗୀତ ଶୁଣନ୍ତୁ । ଯଦି ଆପଣ ରାତିରେ ଶୋଇପାରୁ ନାହାଁନ୍ତି ଏବଂ ଖରାପ ଚିନ୍ତାଧାରା ଦ୍ୱାରା ବିଚଳିତ ହେଉଛନ୍ତି ତେବେ ଏହି ସମୟରେ ଆପଣ ନିଜର ପ୍ରିୟ ସଙ୍ଗୀତ ଶୁଣନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button