ଦେଶ- ବିଦେଶ

ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନିନ୍ଦା: ଅନ୍ତର୍ଜାତୀୟ ସମୁଦାୟ ହସ୍ତକ୍ଷେପ କରିବାକୁ ଆହ୍ବାନ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ସେଠାକାର ଇସ୍କନ- ପୁଣ୍ଡରିକ ଧାମର ମହନ୍ତ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରିବା ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହି ଘଟଣାରେ ଇସ୍କନ୍‌ ସମେତ ସମଗ୍ର ବିଶ୍ବର ହିନ୍ଦୁ ସଂଗଠନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଜି ‘ସଦ୍‌ଗୁରୁ’ ଜାଗୀ ବାସୁଦେବ ଓ ଶ୍ରୀଶ୍ରୀ ରବିଶଙ୍କର ବେଆଇନ ଗରିଫଦାରୀଙ୍କୁ ବିରୋଧ କରିବା ଆନ୍ତର୍ଜାତିକ ସମୁଦାୟ ଏଥିରେ ତତ୍କାଳ ହସ୍ତକ୍ଷେପ କରିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଆହ୍ବାନ କରିଛନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସଦ୍‌ଗୁରୁ ଏକ ପୋଷ୍ଟ କରି କହିଛନ୍ତି, ଏକ ଗାଣତାନ୍ତ୍ରିକ ରାଷ୍ଟ୍ର (ବାଂଲାଦେଶ) କିଭଳି ଖଣ୍ଡବିଖଣ୍ଡିତ ହୋଇ ମୌଳବାଦୀ ଓ ଏକଛତ୍ରବାଦୀଙ୍କ ହାତକୁ ଯାଉଛି ତାହା ଦେଖି ଲଜ୍ଜା ଲାଗୁଛି। ଏକ ମୁକ୍ତ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ଦେଶର ସମସ୍ତ ନାଗରିକ ଜାଣିବା ଆବଶ୍ୟକ। ଗଣତନ୍ତ୍ରରେ ସଂଖ୍ୟାଲଘୁ ଓ ଧାର୍ମିକ ମତବାଦ ଆଧାରରେ କାହାକୁ ଗିରଫ କରିବା ଗ୍ରହଣୀୟ ନୁହେଁ। ସେହିଭଳି, ଶ୍ରୀଶ୍ରୀ ରବିଶଙ୍କର କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର କେବଳ ଧାର୍ମିକ ଆଧାରରେ ଜଣେ ସାଧୁଙ୍କୁ ଗିରଫ କରିବା ଅଶୋଭନୀୟ କାର୍ଯ୍ୟ। ତାଙ୍କୁ ବିନା ଅପରାଧରେ ଗିରଫ କରିବା ଦ୍ବାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଓ ଭୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଇସ୍କନ୍‌ ପକ୍ଷରୁ ମଧ୍ୟ ଏହି ଘଟଣାରେ କୂଟନୈତିକ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କ ନିକଟରେ ଦାବି କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button