କେଉଁ କାରଣ ପାଇଁ ଗର୍ଭରେ ଥିବା ସମୟରେ ଶିଶୁ କିନ୍ନର ହୋଇଥାନ୍ତି ? ଜାଣିନଥିଲେ ଏବେ ହିଁ ଜାଣନ୍ତୁ…
ବନ୍ଧୁଗଣ ଆପଣ ମାନେ କିନ୍ନର ମାନଙ୍କୁ ଦେଖିଥିବେ ବା ତାଙ୍କ ବିଷୟରେ ଅଳ୍ପ ବହୁତ ଶୁଣିଥିବେ । ସମାଜରେ ନାରୀ ଓ ପୁରୁଷ ବ୍ଯତୀତ ଆଉ ଏକ ଶ୍ରେଣୀ ରହିଥାନ୍ତି । ଯାହାଙ୍କୁ ଟ୍ରାନ୍ସ ଜେଣ୍ଡର ବା କିନ୍ନର ବୋଲି କୁହାଯାଇଥାଏ । ତେବେ ମହିଳାଙ୍କ ଗର୍ଭରେ କେଉଁ ଭୁଲ କାରଣରୁ କିନ୍ନର ଭ୍ରୁଣ ସୃଷ୍ଟି ହୋଇଥାଏ, ସେ ସମ୍ପର୍କରେ ଆଜି ଏଠାରେ ଆଲୋଚନା କରିବା । ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କିନ୍ନର କେମିତି ହୋଇଥାନ୍ତି ଜାଣିବା ।
ଗର୍ଭରେ ବଢୁଥିବା ଶିଶୁ ଝିଅ କି ପୁଅ ନହୋଇ କିନ୍ନର କାହିଁକି ହୋଇଥାନ୍ତି ଆସନ୍ତୁ ଜାଣିବା । ବାସ୍ତବରେ ଗର୍ଭରେ ତିନିମାସ ଭିତରେ ଶିଶୁର ଲିଙ୍ଗ ନିର୍ଧାରଣ ହୋଇଯାଇଥାଏ । ଝିଅ ହେବ କି ପୁଅ ତାହା ଜଣା ପଡିଯାଇଥାଏ । ବହୁତ ବାର ଜେନେଟିକ ଗଡବଡ କାରଣରୁ ବା ହରମୋନ ଇମବାଲାନ୍ସ କାରଣରୁ କୌଣସି ପ୍ରକାର ଅସୁବିଧା କାରଣରୁ ବା କୌଣସି ଔଷଧୀ ପ୍ରଭାବ କାରଣରୁ ବହୁତ ଥର ଶିଶୁର ଯୌନାଙ୍ଗରେ ଗଡବଡ ହୋଇଥାଏ । ଯାହାଫଳରେ କିନ୍ନରଙ୍କର ଜନ୍ମ ହୋଇଥାଏ ।
ସେଥିଲାଗି ଗର୍ଭର ତିନିମାସ ବହୁତ ଜରୁରୀ ହୋଇଥାଏ । ଛୋଟ ଭୁଲ ମଧ୍ୟ ବହୁତ ଅସୁବିଧା କରିପାରେ । ଏବେ ଆମେ ଜାଣିବା ଲିଙ୍ଗ ନିର୍ଧାରଣ କେମିତି ହୋଇଥାଏ । ସେକ୍ସ କ୍ରୋମୋଜମ ଲିଙ୍ଗ ନିର୍ଧାରିତ କରିଥାଏ । ପୁରୁଷଙ୍କ ଭିତରେ ଏକ୍ସ ୱାଇ ଓ ସ୍ତ୍ରୀଙ୍କ ଭିତରେ ଏକ୍ସ ଏକ୍ସ କ୍ରୋମୋଜମ ଥାଏ । ଏହି ଦୁଇଟିର ମିଶ୍ରଣ ଦ୍ଵାରା ଗର୍ଭରେ ଛୁଆ ହୋଇଥାଏ ।
ଯଦି କ୍ରୋମୋଜମ xy ହେବ ତେବେ ପୁଅ ହୋଇଥାଏ ଯେବେ xx କ୍ରୋମୋଜମ ହୋଇଥାଏ ତେବେ ଝିଅ ଜନ୍ମ ହୋଇଥାଏ । କେବେ କେବେ xxx, y+y, 0+x ଡିଶ ଅର୍ଡର କାରଣରୁ କିନ୍ନର ରୂପରେ ଜନ୍ମ ହୋଇଥାନ୍ତି । ଏମାନଙ୍କ ଭିତରେ ସ୍ତ୍ରୀ ପୁରୁଷ ଦୁଇଜଣଙ୍କ ଗୁଣ ଆସିଯାଇଥାଏ । ଯଦି ଗର୍ଭର ତିନି ମାସ ଭିତରେ କୌଣସି ଦୁର୍ଘଟଣା ହୋଇଥାଏ । କୌଣସି ପ୍ରକାର ଧକା ଲାଗିବା ଯାହାଫଳରେ ଅର୍ଗାନକୁ କ୍ଷତି ହୋଇଥାଏ ।
ତେବେ ସେ କ୍ଷେତ୍ରରେ କିନ୍ନର ଛୁଆ ହେବାର ସମ୍ଭାବନା ରହିଥାଏ । ଯଦି ଏହି ତିନିମାସ ଭିତରେ ଗର୍ଭବତୀ ମହିଳାକୁ ଜ୍ଵର ହୋଇଛି ଯଦି ସେ କୌଣସି ହେବି ଡୋଜ ମେଡ଼ିସିନ ଖାଇଛନ୍ତି ସେଥିପାଇଁ ପିଲା କିନ୍ନର ହେବାର ସମ୍ଭାବନା ରହିଥାଏ । ତେବେ ଉପୋରୋକ୍ତ ଏହିସବୁ କାରଣ ଯୋଗୁ ମହିଳାଙ୍କ ଭ୍ରୁଣରେ ଗଡବଡ ଆସିଯାଇଥାଏ । ଯାହାଫଳରେ କିନ୍ନର ଜନ୍ମ ହୋଇଥାନ୍ତି । ଏମାନଙ୍କ ଠାରେ ଉଭୟ ପୁରୁଷ ଓ ନାରୀର ଗୁଣ ଦେଖାଯାଇଥାଏ ।