ଜ୍ୟୋତିଷ

ବିବାହ ସମୟରେ ଝିଅକୁ ଉପହାରରେ ଦିଅନ୍ତୁ ଏହି ଜିନିଷ, ଝିଅ ଶାଶୁଘରେ ରାଣୀ ପରି ଚଳିବ

ବନ୍ଧୁଗଣ ଯେତେବେଳେ ସନ୍ତାନଟିଏ ଜନ୍ମ ହୋଇଥାଏ ସେ ନିଜ ଭାଗ୍ୟ ସାଥିରେ ନେଇକି ଆସିଥାଏ । ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସେତେବେଳେ ସମସ୍ତେ ଲକ୍ଷ୍ମୀ ଆସିଛନ୍ତି ବୋଲି କହିଥାନ୍ତି । କାରଣ କନ୍ୟାକୁ ଧନ କୁହା ଯାଏ ଓ ପୁଅକୁ ରତ୍ନ କୁହା ଯାଇଥାଏ । ତେବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଝିଅକୁ ଦିନେ ନା ଦିନେ ପର ଘରକୁ ବିବାହ କରି ଯିବାକୁ ପଡିଥାଏ ସେଥିପାଇଁ ଝିଅକୁ ପରଧନ ବୋଲି କୁହାଯାଏ ।

ତେବେ ଝିଅ ପ୍ରାୟତଃ ବାପାଙ୍କ ଗେଲ୍ହି ହୋଇଥାନ୍ତି, ତେବେ ସବୁ ଝିଅ ନିଜ ବାପ ଘରକୁ ସ୍ଵର୍ଗ କରିଥାନ୍ତି । ଘରର ମହିଳାଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ତେବେ ଝିଅଟିଏ ବାହା ହୋଇନଥିବା ବେଳେ ବାପଘର ଓ ବାହା ହୋଇସାରିବା ପରେ ଶ୍ଵଶୁର ଘର ଭାର ଉଠେଇଥାଏ । ଦୁଇ ଘରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଥାଏ ।

ସବୁ ପିତାମାତାଙ୍କର ବହୁତ ବଡ ସ୍ଵପ୍ନ ରହିଥାଏ । ଯେ ସେମାନେ ନିଜ କନ୍ୟାକୁ ଏକ ଉତ୍ତମ ପୁଅ ଦେଖି ବିଭା କରାଇବେ । ଯେମିତି ବିବାହ ପରେ ତାଙ୍କ ଝିଅର ବୈବାହିକ ଜୀବନ ଭଲ ରହିବ । ଶାଶୁଘରେ ଝିଅ ଭଲରେ ଚଳି ପାରିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଉପହାର ସ୍ୱରୂପ ଝିଅ ବିବାହରେ ଦେଲେ ଆପଣଙ୍କ ଝିଅ ସାରା ଜୀବନ ନିଜ ଶାଶୁ ଘରେ ରାଜ କରିବ ।

ବନ୍ଧୁଗଣ ଶାସ୍ତ୍ରରେ ଲେଖା ହୋଇଛି, ଯେ କନ୍ୟା ଦାନ ମହା ପୂଣ୍ୟ ଅଟେ । ଯେଉଁ ବାପା ମାଆ କନ୍ୟା ଦାନ କରନ୍ତି । ସେହି ବାପା ମାଆ ତାଙ୍କ ଜୀବନର ସବୁଠାରୁ ବଡ ଧନ ଦାନ କରିଦେଲେ ଓ ତାକୁ ନେଉଥିବା ଲୋକ ସବୁଦିନ ପାଇଁ ତାଙ୍କ ପାଖରେ ଋଣୀ ହୋଇରହିଥାଏ । ତେବେ ବିବାହ ସମୟରେ ସବୁ ବାପାମାଆ ମାନେ ତାଙ୍କ ଝିଅକୁ ତାହାର ଶାଶୁଘରକୁ ବିଦା କରିବା ବେଳେ ନିଜ ସକ୍ଷମ ଅନୁସାରେ କିଛି ନା କିଛି ଉପହାର ଦେଇଥାନ୍ତି ।

ଏହା ବାପାମାଆ ମାନଙ୍କର ନିଜ ଝିଅ ପ୍ରତି ଆଶ୍ରୀବାଦ ହୋଇଥାଏ । ତେବେ ଝିଅର ବିଦାଇ ବେଳେ ଏହି ଜିନିଷ ଅବଶ୍ୟ ଦିଅନ୍ତୁ । ଯେମିତିକି ଡବଲ ବେଡ ପଲଙ୍ଗ, ଡବଲ ବେଡ ଗଦି, ପାଦର ପାଉଁଜି, ମୁଦି, ନାକ ଫୁଲ, କାନଫୁଲ, ତମ୍ବା ଡିନର ସେଟ, ଆଉ ନଡିଆ ଆଦି ଏହି ସବୁ ଜିନିଷ ଦେଇ ନିଜ ଝିଅକୁ ବିଦା କରନ୍ତୁ ଦେଖିବେ ଆପଣଙ୍କ ଝିଅ ବହୁତ ଖୁସିରେ ନିଜ ବୈବାହିକ ଜୀବନ ବଞ୍ଚିବେ ।

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button