ଓଠ ଉପର ଭାଗ ଚୁଟିକୁ ହଟାଇବା ପାଇଁ ଏହି ଘରୋଇ ଉପଚାର କରି ଦେଖନ୍ତୁ, ଗୋଟି ଗୋଟି କରି ସବୁ ଚୁଟି ହଟିଯିବ
ବନ୍ଧୁଗଣ ପୁଅ ମାନଙ୍କର ନାକ ତଳେ ଅର୍ଥାତ ଓଠର ଉପର ଭାଗରେ ଚୁଟି ଉଠିବାକୁ ନିଶ ବୋଲି କୁହାଯାଇଥାଏ । ସେହିପରି ଝିଅ ମାନଙ୍କ ଓଠ ଉପର ଭାଗରେ ମଧ୍ୟ ଅଳ୍ପ ଅଳ୍ପ ଚୁଟି ଉଠିଥାଏ । ଏହି ଚୁଟି ଉଠିବା ଦ୍ଵାରା ଝିଅ ମାନଙ୍କ ସୁନ୍ଦରତାରେ ବାଧା ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଝିଅ ସେହି ଜାଗାରେ ରେଜର ମାରିଥାନ୍ତି ତ ବହୁତ ଝିଅ ବିଉଟିପାର୍ଲର ଯାଇଥାନ୍ତି । ଝିଅ ମାନଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଏକ ଘରୋଇ ଉପାୟ ନେଇ ଆସିଛୁ ।
ଏହି ଉପାୟକୁ ମାତ୍ର ଥରେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଓଠ ଉପରେ କେବେବି ଚୁଟି ଉଠିବ ନାହିଁ । ତେବେ ଏହି ଚମତ୍କାରି ଉପାୟ ବିଷୟରେ ଆସନ୍ତୁ ଜାଣିବା । ଏହି ଉପାୟ ପାଇଁ ସର୍ବ ପ୍ରଥମେ ଆପଣ ଏକ ପ୍ଳେଟ ନିଅନ୍ତୁ । ଏଥିରେ ୨ ଚାମଚ ଗହମ ଅଟା ରଖନ୍ତୁ । ପୁରୁଣା କାଳରେ ଗହମ ଅଟା ଦ୍ଵାରା ଚୁଟି କଢା ଯାଉଥିଲା । ଏହା ପରେ ଏକ ଚାମଚ ସେଥିରେ ବେସନ ମିଶାନ୍ତୁ । ତାପରେ ଏହି ମିଶ୍ରଣରେ ଦୁଇ ବୁନ୍ଦା ନଡିଆ ତେଲ ମିଶାନ୍ତୁ । ଏହାପରେ ଦୁଇ ଚାମଚ ଗୋଲାପ ଜଳ ପକାଇ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।
ହେଲେ ଧ୍ୟାନ ରଖିବେ ମିଶ୍ରଣଟି ଯେମିତି ଅଧିକ ମୋଟା କି ପତଳା ନହେବ । ମିଶ୍ରଣ ପ୍ରସ୍ତୁତ ହେବା ପରେ ଆପଣ ଏହାକୁ ନିଜ ଓଠ ଉପରେ ଲଗାନ୍ତୁ । ଭଲ ଭାବରେ ଲଗାଇବା ପରେ ଆପଣ ୧୫ ମିନିଟ ପର୍ଯ୍ୟନ୍ତ ସେମିତି ତାହାକୁ ଦିଅନ୍ତୁ । କିଛି ସମୟ ଅପେକ୍ଷା କରିବା ପରେ ଦେଖିବେ ମିଶ୍ରଣଟି ଆପଣଙ୍କ ଓଠ ଉପରେ ଶୁଖିଯିବ ।
ଶୁଖିବା ପରେ ଆପଣ ଭୁଲ ସେ ଏହାକୁ ଧୋଇବେ ନାହିଁ । ଏହାକୁ ରଗଡି ରଗଡି ନିଜ ହାତରୁ ଛଡେଇବେ । ସଂପୂର୍ଣ୍ଣ ଭାବରେ ଛଡାଇବା ପରେ ଦେଖିବେ ଆପଣଙ୍କ ଓଠରେ କୌଣସି ଚୁଟି ନଥିବ । ଏହି ଉପାୟକୁ ଥରେ ବ୍ୟବହାର କରିବା ପରେ ଆପଣ ଦେଖିବେ ଆପଣଙ୍କ ଓଠ ଉପରେ କେବେ ବି ଚୁଟି ଉଠିବ ନାହିଁ ।
ଏହି ସାମାନ୍ୟ ଘରୋଇ ଉପାୟ ଦ୍ଵାରା ଆପଣଙ୍କୁ କୌଣସି ବିଉଟିପାର୍ଲର ଯିବାର ଆବଶ୍ୟକତା ନାହିଁ ବା ମୁହଁରେ ରେଜର ମାରିବାର ଆବଶ୍ୟକତା ନାହିଁ । ଆପଣ ନିଜେ ଏହି ଉପାୟକୁ ବ୍ୟବହାର କରି ଦେଖନ୍ତୁ । ଏହା ବହୁତ ପ୍ରଭାବଶାଳି ଉପରେ ଅଟେ ।