ସ୍ୱାସ୍ଥ୍ୟ

ମାଟି କପରେ ଚା’ ପିଇବାର ଉପକାରିତା

ପ୍ରାୟତଃ ଲୋକମାନେ ସକାଳର ଆରମ୍ଭ ଚା’ରୁ ହିଁ କରିଥାନ୍ତି। ଏଥିସହ ଅଫିସରେ ମଧ୍ୟ ଚା’ ଖଟି ଏନର୍ଜି ଡ୍ରିଙ୍କ ଭଳି କାମ କରେ। ଯଦି ଚା’ ମାଟି କପରେ ମିଳେ ତେବେ ତା’ର ମଜା ଟିକେ ନିଆରା। କାଚ, ଡିସ୍ପୋଜାଲ କପ୍ ବଦଳରେ ପ୍ରାୟତଃ ଲୋକମାନେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ମାଟି କପରେ ଚା’ ପିଇବା ଦ୍ୱାରା କେବଳ ଚା’ ସ୍ୱାଦ ବଢ଼ିନଥାଏ ବରଂ ଏହାର ଅନେକ ଫାଇଦା ମଧ୍ୟ ରହିଛି।

-ମାଟି କପ୍ ହାଇଜେନିକ ହୋଇଥାଏ। ଏଥିରେ ଜୀବାଣୁ ବ୍ୟାପିବା ସମ୍ଭବାନ ବହୁ କମ୍। କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମାଟି କପ ବଭିନ୍ନ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ।

-ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ। ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ।

-ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମଧ୍ୟ ବଢ଼ିଥାଏ। ମାଟି କପର କୌଣସି ପାର୍ଶ୍ୱପ୍ରତିକ୍ରିୟା ନଥାଏ। ଅନ୍ୟ ଡିସ୍ପୋଜାଲ କପ୍ ବଦଳରେ ଏହା ଅଧିକ ହିତକର। ଡିସ୍ପୋଜାଲ କପରେ ଗରମ ଚା’ ପିଇବା ଦ୍ୱାରା ଏଥିରେ ଥିବା ଏସିଡ ପେଟକୁ ଯାଇ ଆମ ଅନ୍ତନଳୀରେ ଜମା ହୋଇଯାଏ। ଫଳରେ ପେଟ ଖରାପ ହେବା ସହ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦ ରହିଥାଏ।

-ମଣିଷ ଶରୀରରେ ଆସିଡିଟି ହେବା ଫଳରେ ହଜମ ପ୍ରକ୍ରିୟା ସହ ଜଡିତ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ। ତେଣୁ ମାଟି ପାତ୍ରରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହେବା ସହ ପେଟ ପୋଡା ଜଳା ମଧ୍ୟ ହୁଏ ନାହିଁ।

-ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ। ଏହି ବାସ୍ନା ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button