ରାଜ୍ୟ

ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ

ବିଧାନସଭା ଶୀତ ଅଧିବେଶନ ଆଜି ଠୁ ଆରମ୍ଭ ହୋଇଛି ।ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଏହା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶୋକ ପ୍ରସ୍ତାବ ନେଇ ସମବେଦନା ଜଣାଇବା ସହ ସମର୍ଥନ ଦେଇଛନ୍ତି।

ଶୋକ ପ୍ରସ୍ତାବ ନେଇ ସମବେଦନା ଜଣାଇବା ପରେ ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମନ୍ତ୍ରୀ ଉତ୍ତର ରଖିବା ବେଳେ ବିରୋଧୀଙ୍କ ହୋହାଲ୍ଲା କାରଣରୁ ଗୃହ ୧୨.୨୫ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button