ମନୋରଞ୍ଜନ

ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ନୀଲମ ସତ କହିଲେ ନା ମିଛ ?

ବିଗତ ଦିନର ନାୟିକା ନୀଲମ କୋଠାରୀ ଏବେ ପୁଣି ଚର୍ଚ୍ଚାରେ । ଯଦିଓ ସେ ବଲିଉଡରେ ଏତେ ସକ୍ରିୟ ନାହାନ୍ତି ତେବେ କେତେକ ରିୟଲିଟି ଟିଭି ସୋ’ରେ ତାଙ୍କୁ ଦେଖିବାକୁ ମିଳୁଛି  । ଏହି ସମୟରେ ଗୋଟିଏ ସାକ୍ଷାତକାରରେ ସେ ଗୋବିନ୍ଦାଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ନେଇ ଖୋଲାଖୋଲି କହିଛନ୍ତି । ସେ କହିଛନ୍ତି କି ଗୋବିନ୍ଦାଙ୍କ ସହିତ ତାଙ୍କର କିଛି ଫିଲ୍ମ ଥିଲା । ତାର ଅର୍ଥ ନୁହେଁ ଯେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିଲା ।

ସୂଚନା ଥାଉ କି ୯୦ ଦଶକରେ ଗୋବିନ୍ଦା ଓ ନୀଲମଙ୍କ ଯୋଡ଼ି ଖୁବ୍ ହିଟ୍ ଥିଲା । ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ନେବା ପାଇଁ ଧାଡ଼ି ଲଗାଉଥିଲେ । ଲଭ୍ ୮୬, ଇଲଜାମ, ଖୁଦଗର୍ଜ, ହତ୍ୟା, ତାକତବାର, ଦୋ କଏଦୀ, ଘରମେ ରାମ ଗଲି ମେ ଶ୍ୟାମ, ବିଲ୍ଲୁ ବାଦଶାହ, ଘରାନା, ଦୋସ୍ତ ଗରିବୋଁ କା, ଫର୍ଜ କି ଜଙ୍ଗ, ଜୋରଦାର ଭଳି ଅନେକ ଫିଲ୍ମରେ ଦୁହେଁ ସାଙ୍ଗ ହୋଇ କାମ କରିଥିଲେ । ତେଣୁ ସେମାନଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା ।

ଏମିତିକି ଗୋବିନ୍ଦା ଏକ ସାକ୍ଷାତକାରରେ କହିଥିଲେ କି ନୀଲମଙ୍କ ସହ ସମ୍ପର୍କ ଯୋଗୁଁ ସେ ପତ୍ନୀ ସୁନୀତାଙ୍କ ସହ କରିଥିବା ନିର୍ବନ୍ଧ ଓ ଭାଙ୍ଗି ଦେଇଥାନ୍ତେ । ହେଲେ ଏବେ ନୀଲମ କିନ୍ତୁ କହୁଛନ୍ତି ଅଲଗା କଥା । ତେଣୁ ତାଙ୍କ କଥାରେ କେତେ ସତ ଓ ମିଛ ଥିଲା ସେ ବିଷୟରେ କେବଳ ନୀଲମ, ଗୋବିନ୍ଦ କିମ୍ବା ଗୋବିନ୍ଦାଙ୍କ ପତ୍ନୀ ସୁନୀତା କହି ପାରିବେ ।

ବଲିଉଡ୍ ଛାଡ଼ିବା ପରେ ନୀଲମ ବିବାହ କରିଥିଲେ । ତେବେ ଏହା ବିଫଳ ହେବା ପରେ ସେ ଛାଡ଼ପତ୍ର ଦେଇ ପରେ ଅଭିନେତା ସମୀର ସୋନିଙ୍କୁ ବିବାହ କରିଛନ୍ତି । ୨୦୧୧ରେ ସେମାନଙ୍କ ବିବାହ ହୋଇଥିଲା ଏବଂ ଦୁଇ ବର୍ଷ ପରେ ସେମାନେ ଆହାନା ନାମରେ ଗୋଟିଏ ଝିଅକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । କିଛି ଦିନ ତଳେ ଗୋବିନ୍ଦା ଏବଂ ନୀଲମ ଏକ ରିୟଲିଟି ସୋ’ରେ ଅତିଥି ଭାବେ ଯୋଗ ଦେଇ ସେମାନଙ୍କ ପୁରୁଣା ହିଟ୍ ଗୀତର ନାଚିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button