ଅପରାଧ

ଠେଲକୋବେଡ଼ାରେ ବଡ଼ ଧରଣର ଚଢ଼ଉ: ୮୦ ଜୁଆଡ଼ି ଗିରଫ, ୫୦ ଲକ୍ଷରୁ ଅଧିକ ଟଙ୍କା ଜବତ

ଶନିବାର ରାତିରେ ପୁଲିସ ପହଞ୍ଚି ଗାଁର ଚାରିପଟକୁ ଘେରି ଯାଇଥିଲା। ଜୁଆ ଆଡ଼ା ଚାଲିଥିବା ଘର ଭିତରେ ଜୁଆଡ଼ିମାନେ ଥିବା ସମୟରେ ପୁଲିସ ବାହାରୁ ଫାଟକରେ ତାଲା ପକାଇ ଦେଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏସ୍‌ପି ଓ ୩ଟି ଭ୍ୟାନ୍‌ରେ ପୁଲିସ ଫୋର୍ସ ପହଞ୍ଚିଥିଲେ।

ପୁଲିସର ସୂଚନା ଅନୁସାରେ, କିଛି ମାସ ହେଲା ଠେଲକୋବେଡ଼ା ଗାଁର ଗୋଶାଳା ପାଖରେ ଥିବା ଏକ ଘରେ ବଡ଼ଧରଣର ଜୁଆ ଆଡ଼ା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଶନିବାର ରାତିରେ ପୁଲିସ ପହଞ୍ଚି ଗାଁର ଚାରିପଟକୁ ଘେରି ଯାଇଥିଲା। ଜୁଆ ଆଡ଼ା ଚାଲିଥିବା ଘର ଭିତରେ ଜୁଆଡ଼ିମାନେ ଥିବା ସମୟରେ ପୁଲିସ ବାହାରୁ ଫାଟକରେ ତାଲା ପକାଇ ଦେଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏସ୍‌ପି ଓ ୩ଟି ଭ୍ୟାନ୍‌ରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ରାତିରେ ଗିରଫ ଜୁଆଡ଼ିମାନଙ୍କୁ ଥାନାକୁ ଅଣାଯାଉଥିବାର ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button