ରାଜ୍ୟ

ପୁଣି କୁସୁମଖୁଣ୍ଟି ଶିବ ମନ୍ଦିରରୁ ଚୋରି, ସିସିଟିଭି ଓ ମନ୍ଦିର ସୁରକ୍ଷା ଦାବି

ଲଡୁଗାଁ : କଳାହାଣ୍ଡି ଜିଲ୍ଲା କୋକସରା ଥାନା କୁସୁମଖୁଣ୍ଟି ଜାତୀୟ ରାଜପଥ ୨୬କୁ ଲାଗି ରହିଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ପୁଣି ଦାନ ବାକ୍ସ ଭାଙ୍ଗି ଚୋରି ହୋଇଥିବା ଜଣାପଡିଛି । ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗିବା ସହ ହୁଣ୍ଡି ବାକ୍ସରୁ ଲୁଟ କରାଯାଇଛି। ଗୁରୁବାର ସକାଳୁ ମନ୍ଦିରର ପୂଜକ ଅଶୋକ କୁମାର ଦାସ ମନ୍ଦିରକୁ ପୂଜା କରିବା ପାଇଁ ଯିବା ସମୟରେ ମନ୍ଦିର ମୁଖ୍ୟ କବାଟର ଗ୍ରୀଲ ଭାଙ୍ଗି ପଡିଥିବା ଦେଖି ମନ୍ଦିର ଟ୍ରଷ୍ଟ ସଦସ୍ୟଙ୍କୁ ସୂଚନା ଦେବା ପରେ ଓ ଟ୍ରଷ୍ଟ ପକ୍ଷରୁ ମୋଟେର ଫାଣ୍ଡିକୁ ସୂଚନା ଦେଇଥିଲେ । ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମନ୍ଦିରରେ ଭିତରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ପଇସା ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ କେତେ ଟଙ୍କା ଚୋରି ହୋଇଛି, ସଠିକ ଜଣାପଡି ନାହିଁ। ପୂର୍ବରୁ ମଧ୍ୟ ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଲିସ ପ୍ରଶାସନ ତତ୍ପରତା ଦେଖାଇ ଚୋର ଧରିବା ସହିତ ସୁରକ୍ଷା ପାଇଁ ସିସିଟିଭି ଓ ରାତ୍ରି ଜଗୁଆଳି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button