ନୌସେନା ଜାହଜରେ ପିଟି ହେଲା ମାଛଧରା ବୋଟ୍, ୨ ନିଖୋଜ
ନୂଆଦିଲ୍ଲୀ,୨୨/୧୧: ମଝି ସମୁଦ୍ରରେ ଘଟିଲା ବଡ ଅଘଟଣ । ଭାରତୀୟ ନୌସେନା ଜାହାଜରେ ପିଟି ହେଲା ମାଛଧରା ବୋଟ୍ । ଗୋଆ କୋଷ୍ଟରେ ଏହି ଭୟଙ୍କର ଅଘଟଣ ଘଟିଛି । ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଉ ୨ଜଣ ନିଖୋଜ ଅଛନ୍ତି ।
ଗୋଆ ସମୁଦ୍ର କୂଳରୁ ୭୦କିମି ସମୁଦ୍ର ମଝିରେ ଗତକାଲି (ଗୁରୁବାର) ଏହି ଭୟଙ୍କର ଅଘଟଣ ଘଟିଛି । ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଭାରତୀୟ ନୌସେନାର ପନଣ୍ଡୁବୀ ଜାହାଜ ଯାଉଥିଲା । ସେହି ସମୟରେ ସମୁଦ୍ରରେ ଏକ ମାଛଧରା ବୋଟ୍ ସହ ଜାହାଜଟି ପିଟି ହୋଇଯାଇଥିଲା । ଫଳରେ ବୋଟଟି ଛିନଛତ୍ର ହୋଇଯାଇଥିଲା । ସମୁଦ୍ର ଅକାତକାତ ପାଣିରେ ବୁଡି ଯାଇଥିବା ବୋଟ୍ । ଘଟଣାର ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୩ ଜଣ ପାଣିରେ ଖସି ପଡିଥିଲେ । ୧୧ ଜଣକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ୨ ଜଣ ନିଖୋଜ ଅଛନ୍ତି ।
ନୌସେନା ଅଧିକାରୀଙ୍କ ସୂଚନା ଅନୁସାରେ, ନୌସେନାର ଏହି ଦୁର୍ଘଟଣାର କାରଣ ଜଣାପଡିନାହିଁ । ନିଖୋଜ ମାଛଧରାଳୀଙ୍କୁ ଖୋଜିବା ପାଇଁ ଭାରତୀୟ ତଟରକ୍ଷୀ ବଳ ନିୟୋଜିତ ହୋଇଛନ୍ତି । ଏମଆରସିସି ମୁମ୍ବାଇ ସହ ଯୋଗାଯୋଗ କରାଯାଇଛି ।